କଟକ ସହର ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ ଜଣେ ମହିଳା ଥାନା ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଅଧିକାରୀ ଜଣଙ୍କ ହେଲେ ଚାଉଳିଆଗଞ୍ଜ ଥାନାର ଭାରପ୍ରାପ୍ତ ଅଧିକାରୀ(IIC) ବ୍ୟୁଟି ମହାନ୍ତି । ସୂଚନା ଅନୁସାରେ, ଆଜି ସକାଳେ ଥାନା କ୍ୱାର୍ଟର୍ସ ମଧ୍ୟରେ ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ପାଇ ଅନ୍ୟ କର୍ମଚାରୀମାନେ ତୁରନ୍ତ ଉର୍ଦ୍ଧ୍ବତନ ଅଧିକାରୀଙ୍କୁ ଖବର ଦେଇଥିଲେ । ମୃତ୍ୟୁର ସଠିକ୍ କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । Post navigation Ratha Jatra 2026: ରଥଯାତ୍ରା ପୂର୍ବରୁ ପ୍ରସ୍ତୁତି ବୈଠକ; ବଡ଼ଦାଣ୍ଡରେ ରନ୍ଧା ଖାଦ୍ୟ ବଣ୍ଟନ ନିଷେଧ Marked Low Pressure Over Bay of Bengal; Red Warning for Heavy Rain in 5 Odisha Districts