ଜୁଲାଇ ୪ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏହି ଗସ୍ତ ସମୟରେ ସେ ରାଜ୍ୟରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏ ନେଇ ଆଜି ସୂଚନା ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ।

ମନ୍ତ୍ରୀ କହିଛନ୍ତି ୪ ତାରିଖରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ବରଗଡ଼ ଯିବେ କେନ୍ଦ୍ର ଗୃହମନ୍ତ୍ରୀ । ସେଠାରେ ଇଥାନଲ୍‌ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏହି ପଦକ୍ଷେପ ସ୍ଥାନୀୟ କୃଷିକୁ ପ୍ରୋତ୍ସାହିତ କରିବ, ନିଯୁକ୍ତି ସୃଷ୍ଟି କରିବ ଏବଂ ଅତିରିକ୍ତ ଫସଲକୁ ଜୈବ ଇନ୍ଧନରେ ପରିଣତ କରି ଭାରତର ନବୀକରଣୀୟ ଶକ୍ତି ଲକ୍ଷ୍ୟକୁ ସମର୍ଥନ କରିବ ବୋଲି ଆଶା କରାଯାଉଛି।

ସେହି ଦିନ କେନ୍ଦ୍ର ଗୃହମନ୍ତ୍ରୀ ସମ୍ବଲପୁର ଯାତ୍ରା କରି ସେଠାରେ ରାତ୍ରିଯାପନ କରିବେ । ୫ ତାରିଖରେ ସମ୍ବଲପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *