ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର। ପୂର୍ବରୁ ଦୁଇଟି ଏନକାଉଣ୍ଟର୍ ହୋଇଥିବା ବେଳେ ବିଳମ୍ବରେ ଆଉ ଏକ ଏନକାଉଣ୍ଟର ହୋଇଛି । ଗତକାଲି ପୋଲିସ ଏନକାଉଣ୍ଟରରେ ଗୁରୁତର ଆହତ ହୋଇଛି ଅଭିଯୁକ୍ତ ଜଗା ଓରଫ ଜଗନ୍ନାଥ ସାହୁ । ଜଗାର ଦୁଇ ଗୋଡରେ ବାଜିଛି ଗୁଳି। ତେଣୁ ଗୁରୁତର ଅବସ୍ଥାରେ ତାକୁ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ଜଗା ବାଉରୀ ସୁକୁଣ୍ଡାରେ ଥିବା ସୁରାକ ପାଇ ପୁଲିସ ଟିମ ଚଢ଼ାଉ କରିବା ବେଳେ ଜଗା ପୁଲିସ ଉପରକୁ ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କରିଥିଲା। ପୁଲିସର ପାଲଟା ଗୁଳି ଚାଳନାରେ ଜଗା ଆହତ ହୋଇଛି। ଜଗାର ନାଁରେ ବଡବଜାର ଓ ସଦର ଥାନାରେ ୯ ଅପରାଧିକ ମାମଲା ରହିଛି। ଗତକାଲି ରାତିରେ ମଙ୍ଗଳାଙ୍କୁ ବଡ଼ ବଜାର ଅମ୍ବିକା ନଗର ଅଞ୍ଚଳରେ ଖଣ୍ଡାରେ ଜଣେ ବ୍ୟକ୍ତିଙ୍କୁ ଜଗା ଓ ତାର ଭାଇ ବଳିଆ ଖଣ୍ଡାରେ ହାଣି ଫେରାର ହେବା ସମୟରେ ପୋଲିସ ତାଙ୍କୁ ଏନକାଉଣ୍ଟ କରିଛି। ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ଅଭିଯୁକ୍ତ ଜଗା ମଙ୍ଗଳା ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ବିଚ ରାସ୍ତାରେ ହାଣି ଦେଇଥିଲା। ଏହାପରେ ଘଟଣାସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରିବା ସମୟରେ ତାକୁ ମାଡି ବସିଥିଲା ପୋଲିସ। ହେଲେ ସେ ଖଣ୍ଡାରେ ପୋଲିସଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ଯାହାଫଳରେ ଅଭିଯୁକ୍ତ ଜଗାକୁ ପୋଲିସ ଏନକାଉଣ୍ଟର କରିଥିଲା। ଗୋଡ଼ରେ ଗୁଳି ବାଜିବା ଫଳରେ ତାକୁ ତୁରନ୍ତ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଚି। ଏହା ପୂର୍ବରୁ ୧୬ ଓ ୨୧ ତାରିଖରେ ଦୁଇଟି ଏନକାଉଣ୍ଟର୍ ହୋଇଥିଲା ବେଳେ ଗତରାତିରେ ଆଉ ଏକ ଏନକାଉଣ୍ଟର ହୋଇଛି। ୯ ଦିନରେ ପୋଲିସ ୩ ଜଣଙ୍କୁ ଏନକାଉଣ୍ଟର କଲାଣି। ଏଣୁ ଅପରାଧୀ ଯଦି ସୁଧରୀ ବେନି ତେବେ ଏନକାଉଣ୍ଟର ସଂଖ୍ୟା ଆହୁରି ଵୃଦ୍ଧି ପାଇବ ବୋଲି ପୋଲିସ ସୂଚନା ଦେଇଛି । Post navigation ବିଜେଡିକୁ ବଡ଼ ଝଟକା! ବିଜେପିରେ ଯୋଗ ଦେବେ ଦେବାଶିଷ ସାମନ୍ତରାୟ Fuel Prices Hiked Again: ପୁଣି ବଢିଲା ପେଟ୍ରୋଲ ଏବଂ ଡିଜେଲ ଦର