ଓଡ଼ିଶା ରାଜନୀତିରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଘଟିବାକୁ ଯାଉଛି। ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ସୋମବାର ବିଜେଡି ଛାଡ଼ି ନୂଆଦିଲ୍ଲୀରେ ବିଜେପିରେ ଯୋଗ ଦେବେ ବୋଲି ଜୋରଦାର ଚର୍ଚ୍ଚା ଚାଲିଛି। ଏହା ଦ୍ୱାରା ରାଜ୍ୟସଭାରେ ବିଜେଡିର ସଂଖ୍ୟାବଳ ୫କୁ କମିଯିବ। ସୂତ୍ର ଅନୁସାରେ, କଟକର ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ୱାଳ ମଧ୍ୟ ବିଜେଡି ଛାଡ଼ି ଦେବାଶିଷ ସାମନ୍ତରାୟଙ୍କ ସହ ବିଜେପିରେ ଯୋଗ ଦେଇପାରନ୍ତି। ଏହି ଯୋଗଦାନ କାର୍ଯ୍ୟକ୍ରମରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଖବର ଅନୁଯାୟୀ, ଦେବାଶିଷ ସାମନ୍ତରାୟ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଭେଟି ଚୂଡ଼ାନ୍ତ ଆଲୋଚନା କରିଥିଲେ। ସୁଜିତ କୁମାର ଓ ମମତା ମହାନ୍ତଙ୍କ ପରି ଦେବାଶିଷ ସାମନ୍ତରାୟଙ୍କୁ ମଧ୍ୟ ୨୦୩୦ ପର୍ଯ୍ୟନ୍ତ ପୁନଃ ରାଜ୍ୟସଭାକୁ ପଠାଯିବାର ସମ୍ଭାବନା ଥିବା ନେଇ ଚର୍ଚ୍ଚା ବଢ଼ିଛି। ଏହି ଘଟଣା ବିଜେଡି ପାଇଁ ଏକ ବଡ଼ ରାଜନୈତିକ ଝଟକା ବୋଲି ଦେଖାଯାଉଛି। Post navigation CM Majhi Visits Industrial Units In Khordha: ଖୋର୍ଦ୍ଧାରେ ପ୍ରମୁଖ ଶିଳ୍ପ ସଂସ୍ଥା ପରିଦର୍ଶନ କରି ବ୍ଲୁ-ପ୍ରିଣ୍ଟ ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ