bjd-expels-pravat-biswal-for-anti-party-activities
ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେଡି ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି ।
 
ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ବିରୋଧରେ ବିଶ୍ୱାଳ ମନ୍ତବ୍ୟ ଦେଇଥିବାରୁ ପ୍ରଭାତଙ୍କୁ ବହିଷ୍କାର କରାଯାଇଛି । ଏନେଇ ବିଜେଡି ଉପସଭାପତି ପ୍ରତାପ ଜେନା ଦଳୀୟ ଚିଠି ଜାରି କରିଛନ୍ତି ।
 
ପ୍ରଭାତ ବିଶ୍ୱାଳ ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ । ସେ ସଂତୃପ୍ତ ମିଶ୍ରଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଥିଲେ ଏବଂ ଦଳର ଏକତରଫା ନିଷ୍ପତ୍ତି ହୋଇଥିବା କହି ଅସନ୍ତୋଷ ପ୍ରକାଶ କରିଥିଲେ । ଏହା ପରେ ଦଳ ସଭାପତି ନବୀନ ପଟ୍ଟନାୟକ ପ୍ରଭାତ ବିଶ୍ୱାଳଙ୍କୁ ଦଳରୁ ବହିଷ୍କାର କରିଛନ୍ତି ।
bjd-expels-pravat-biswal-for-anti-party-activities
 

By Nirvay

Leave a Reply

Your email address will not be published. Required fields are marked *