ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ବରିଷ୍ଠ ନେତା ଡକ୍ଟର ସଂତୃପ୍ତ ମିଶ୍ରଙ୍କୁ ବିଜେଡି ପ୍ରାର୍ଥୀ ଏବଂ ପ୍ରଖ୍ୟାତ ୟୁରୋଲୋଜିଷ୍ଟ ଡକ୍ଟର ଦତ୍ତେଶ୍ୱର ହୋତାଙ୍କୁ ସାଧାରଣ ପ୍ରାର୍ଥୀ ଭାବରେ ଘୋଷଣା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସଂତୃପ୍ତ ତୃତୀୟ ଓ ଦତ୍ତେଶ୍ୱର ହୋତାଙ୍କୁ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ସୂଚନାଯୋଗ୍ୟ, ବିଜେଡି ନେତା ସଂତୃପ୍ତ ମିଶ୍ର ୨୦୨୪ ଜାନୁଆରୀରେ ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ ନିର୍ଦ୍ଦେଶକ ପଦରେ ଥିବାବେଳେ ସେ ଚାକିରୀରୁ ସେଚ୍ଛାକୃତ ଭାବରେ ଅବସର ନେଇ ଓଡ଼ିଶା ଫେରିଥିଲେ । କଟକରୁ ଏଥର ସାଂସଦ ପାଇଁ ଲଢ଼ିଥିଲେ କିନ୍ତୁ ବିଜେପିର ଭର୍ତ୍ତୃହରି ମହତାବଙ୍କଠାରୁ ପରାସ୍ତ ହୋଇଥିଲେ । ସେହିପରି ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ଦତ୍ତେଶ୍ବର ହୋତା । ୟୁରୋଲୋଜି କ୍ଷେତ୍ରରେ ତାଙ୍କର ୪୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । କିଡନି ଟ୍ରାନ୍ସପ୍ଲାଣ୍ଟ ଏବଂ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ପ୍ରତିଷ୍ଠାରେ ଡାକ୍ତର ହୋତାଙ୍କର ବହୁତ ଅବଦାନ ରହିଛି । ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଦତ୍ତେଶ୍ୱରଙ୍କୁ ସବୁ ଦଳ ସମର୍ଥନ କରନ୍ତୁ ବୋଲି ନବୀନ କହିଛନ୍ତି । Post navigation Govinda Dwadashi: ଆଜି ପବିତ୍ର ଗୋବିନ୍ଦ ଦ୍ୱାଦଶୀ; ପୁରୀରେ ବୁଡ ପକାଉଛନ୍ତି ଶ୍ରଦ୍ଧାଳୁ Congress Extends Support To Dr. Datteswar Hota: ରାଜ୍ୟସଭା ପ୍ରାର୍ଥୀ ଡା. ଦତ୍ତେଶ୍ୱର ହୋତାଙ୍କୁ କଂଗ୍ରେସର ସମର୍ଥନ