ବିଜୁ ଜନତା ଦଳ ସଭାପତି ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ, ଦଳର ରାଜନୈତିକ ବ୍ୟାପାର କମିଟି ବୈଠକ (PAC) ରେ ଅଧ୍ୟକ୍ଷତା କରି ନୂଆପଡ଼ା ଉପନିର୍ବାଚନରେ ହୋଇଥିବା ଅନିୟମିତତା ଏବଂ ରାଜ୍ୟବାସୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି । ନୂଆପଡ଼ା ଉପନିର୍ବାଚନରେ ବିଜେପି ଦ୍ଵାରା କରାଯାଇଥିବା ସରକାରୀ କଳର ବ୍ୟାପକ ଦୁରୁପଯୋଗ, ଉପନିର୍ବାଚନରେ ଆସିଥିବା ଆଶ୍ଚର୍ୟଜନକ ଓ ଅଗ୍ରହଣୀୟ ଫଳାଫଳର ବିଶ୍ଳେଷଣ କରାଗଲା । ଏହା ସହ ଇଭିଏମ ତଥ୍ୟକୁ ବ୍ୟବହାର କରି ବିଜେପି ଯେଉଁଭଳି ଭାବରେ ଭୋଟ ନେଇଛନ୍ତି, ସେହି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଗଲା । ୬୩ ବୁଥ ରେ ବିଜେଡି ଭୋଟ କୁ ଜବରଦସ୍ତି ବିଜେପି ହଟେଇ ନେଇଛି ଏ ବିଷୟରେ ମଧ୍ୟ ଆଲୋଚନା ହୋଇଛି । ଆମକୁ ଭୋଟ ଦିଆଗଲା ପରେ ଭୋଟ କୁଆଡେ ଗଲା ସେ ବିଷୟରେ ଆମେ ତର୍ଜମା କରିବା ପରେ ନିର୍ବାଚନ କମିଶନଙ୍କ ପାଖକୁ ଯିବୁ ବୋଲି ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି । ଆଗାମୀ ଦିନରେ ବିଜୁ ଜନତା ଦଳର ସାଙ୍ଗଠନିକ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ସହିତ ଓଡ଼ିଶାର ସ୍ୱାର୍ଥକୁ ପ୍ରାଧାନ୍ୟ ଦେବା ଓ ଦଳର ବିଭିନ୍ନ କାର୍ଯ୍ୟପନ୍ଥା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି । ବିଧାନସଭାରେ ଦଳର ଆଭିମୁଖ୍ୟ କିପରି ରହିବ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଛି । Post navigation National Talent Search: କଂଗ୍ରେସର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉନ୍ମୋଚିତ IITF 2025: ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା – ୨୦୨୫ ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ