ଆଜି ଅଖିଳ ଭାରତ କଂଗ୍ରେସ କମିଟି (AICC) ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC)ର ପଦାଧିକାରୀ, ମୁଖପାତ୍ର ଏବଂ ମିଡିଆ ପ୍ୟାନେଲିଷ୍ଟଙ୍କ ତାଲିକା ପ୍ରକାଶ କରିଛି। ଅଖିଳ ଭାରତ କଂଗ୍ରେସ କମିଟି (AICC) ଦ୍ୱାରା ପ୍ରକାଶିତ ତାଲିକା ଅନୁଯାୟୀ ବରିଷ୍ଠ ନେତା ଅମୀୟ ପାଣ୍ଡବଙ୍କୁ ଉପାଧ୍ୟକ୍ଷ ନିଯୁକ୍ତ କରାଯାଇଥିବା ବେଳେ ଦୀପକ ମହାପାତ୍ରଙ୍କୁ ସମ୍ବାଦ ଏବଂ ସାମ୍ବାଦିକ ସମ୍ମିଳନୀର ସଂଯୋଜକ ଏବଂ ଜଗଦାନନ୍ଦ ପ୍ରଧାନଙ୍କୁ ଗବେଷଣା, ତଥ୍ୟ ଏବଂ ସୂଚନା ଦାୟିତ୍ୱ ଦିଆଯାଇଛି। ସେହିପରି AICC ଦ୍ୱାରା ଘୋଷଣା କରାଯାଇଥିବା ୨୦ ଜଣ OPCC ମୁଖପାତ୍ରଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ବିଧାୟକ ସାଗର ଚରଣ ଦାସ ଏବଂ ସୋଫିଆ ଫିରଦୌସ ପ୍ରମୁଖ ଅଛନ୍ତି। ଏହା ସହ ଦଳ ଆଠ ଜଣ ମିଡିଆ ପ୍ୟାନେଲିଷ୍ଟଙ୍କ ନାମ ମଧ୍ୟ ଘୋଷଣା କରିଛି। Post navigation ମେଘନାଦ ପାଚେରୀ ଡେଇଁ କିଛି ଯୁବକ ମନ୍ଦିର ଭିତରେ ପଶିବା ଘଟଣା; ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର