ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପୃହତ ୩ ଜଣ ଭାରତୀୟ ନାଗରିକଙ୍କ ମଧ୍ୟରୁ ଜଣେ ଓଡ଼ିଆ ରହିଥିବା ସୂଚନା ମିଳିଛି । ଅପହୃତ ଯୁବକ ଜଣକ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସମରଝୋଳ ଗାଁର ପି. ଭେଙ୍କଟରମଣ ବୋଲି ଜଣା ପଡିଛି । ପୁଅକୁ ଫେରାଇ ଆଣିବା ପାଇଁ ହିଞ୍ଜିଳି ଥାନାରେ ତାଙ୍କ ମା’ ଲିଖିତ ଆବେଦନ କରିବା ପରେ ଓଡ଼ିଆ ଯୁବକଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଭାରତର ବୈଦେଶିକ ମନ୍ତ୍ରଣାଳୟ ମାଲି ସରକାରଙ୍କୁ ଅପହୃତ ଭାରତୀୟମାନଙ୍କର ସୁରକ୍ଷିତ ଓ ଶୀଘ୍ର ମୁକ୍ତି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛି । ରେସିଡେଣ୍ଟ କମିଶନରଙ୍କ ଜରିଆରେ ବାମାକୋରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିଛନ୍ତି ରାଜ୍ୟ ସରକାର । ଯୋଗାଯୋଗରେ ରହିବାକୁ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଗତ ୧ ତାରିଖରେ ଆତଙ୍କୀ ସଂଗଠନ ଅଲକାଏଦାର ଏକ ସହଯୋଗୀ ସଂଗଠନ ପଶ୍ଚିମାଞ୍ଚଳ ମାଲି ଅନ୍ତର୍ଗତ କାୟେସସ୍ଥିତ ଡାୟମଣ୍ଡ ସିମେଣ୍ଟ କାରଖାନାରୁ ସେମାନଙ୍କୁ ଅପହରଣ କରିଥିବା ସୂଚନା ମିଳିଛି । Post navigation ଆଜି ବାହୁଡା ଯାତ୍ରା, ସରିଲା ପହଣ୍ଡି, ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ ନବୀନ ପଟ୍ଟନାୟକ