ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହୋଇ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଏବଂ ପୂର୍ଣ୍ଣ ଆରୋଗ୍ୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ନବୀନ ସୁସ୍ଥ ହେବା ପରେ ପୁଣି କଥା ହେବେ ବୋଲି ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । କହିରଖୁଛୁ ଯେ, ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ସର୍ଭିକାଲ ଆର୍ଥ୍ରାଇଟିସର ଅସ୍ତ୍ରୋପଚାର ହୋଇଥିଲା । ସେ ବର୍ତ୍ତମାନ ଆଇସିୟୁରୁ ଏକ ବ୍ୟକ୍ତିଗତ କକ୍ଷକୁ ସ୍ଥାନାନ୍ତରିତ ହୋଇଛନ୍ତି । Post navigation ମହାକୁମ୍ଭ ପରେ ପୁରୀ ରଥଯାତ୍ରାରେ ସେବା ଆରମ୍ଭ କଲେ ଆଦାନୀ, ଆଜିଠୁ ଲକ୍ଷ ଲକ୍ଷ ଭକ୍ତଙ୍କୁ ମାଗଣାରେ ଦିଆଯିବ ଖାଦ୍ୟ ଆଜ୍ଞାମାଳ ଆସିବା ପରେ ସିଂହଦ୍ୱାର ସମ୍ମୁଖରେ ଲାଗିଲା ତିନି ରଥ