କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ଅଧିକାଂଶ ସ୍ଥାନରେ ବର୍ଷା ହେବ, ଝଟ୍କା ପବନ ବହିବ ବୋଲି ଆଜି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା। ସେ କହିଛନ୍ତି କାଳବୈଶାଖୀ ପାଇଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ଓଡ଼ିଶାକୁ ମୌସୁମୀ ଆସିବାକୁ ଟିକେ ସମୟ ଲାଗିବ ।ଉତ୍ତରପୂର୍ବାଞ୍ଚଳ ରାଜ୍ୟ ପରେ ଓଡ଼ିଶାକୁ ମୌସୁମୀ ଆସିବ । ୨୭ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବ । ଏହା ସହ ସେ କହିଛନ୍ତି ବାତ୍ୟା ରୂପ ନେବାର ସମ୍ଭାବନା ନାହିଁ, ଅପପ୍ରଚାର କରାଯାଉଛି। IMD ପକ୍ଷରୁ ବାତ୍ୟା ନେଇ କୌଣସି ସୂଚନା ଦିଆଯାଇ ନାହିଁ । କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଗତ କିଛି ଦିନ ହେବ ବର୍ଷା ଜାରି ରହିଛି । ଫଳରେ ତାତିରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ମିଳିଛି । Post navigation ରଥଯାତ୍ରାରୁ ନୀଳାଦ୍ରି ବିଜେ ମଧ୍ୟରେ ସରିବ ରତ୍ନଭଣ୍ଡାର ମରାମତି କାମ: ପୃଥ୍ବୀରାଜ ହରିଚନ୍ଦନ ତେଜ ପ୍ରତାପଙ୍କୁ ପାର୍ଟିରୁ ବହିଷ୍କାର କଲେ ଲାଲୁ ଯାଦବ