ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୧୫ରେ ପହଞ୍ଚିଛି। ଅନ୍ୟପଟେ ୧୨ଜଣ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିବା ନେଇ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସୁସ୍ଥ ହୋଇ ୯ଜଣ ଘରକୁ ଫେରିଛନ୍ତି। ଚିକିତ୍ସାଧୀନ ଆହତଙ୍କ ଅବସ୍ଥା ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ସମ୍ପର୍କ ରଖାଯାଇଛି। ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାରଙ୍କ ପକ୍ଷରୁ ବହନ କରାଯାଉଛି। ଗତ ବୁଧବାର ରାତିରେ ପୁରୀରେ ଭଉଁରୀ ଯାତ୍ରା ବେଳେ ବାଣ ବିସ୍ଫୋରଣ ହୋଇଥିଲା । ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଅନ୍ୟପଟେ ଘଟଣାରେ ୩ ଜଣଙ୍କ ନାଁରେ କୁମ୍ଭାରପଡ଼ା ଥାନାରେ ଆଇପିସି ଦଫା ୩୦୪ ଓ ଏକ୍ସପ୍ଲୋସିଭ୍ ଆକ୍ଟରେ ମାମଲା ରୁଜୁ ହୋଇଥିଲା । ମାମଲା ରୁଜୁ ହୋଇଥିବା ବ୍ୟକ୍ତି ମଧ୍ୟ ବାଣ ବିସ୍ପୋରଣରେ ଗୁରୁତର ହୋଇଥିବାରୁ ଚିକିତ୍ସା ପରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଥିଲେ ସିଟି ଡିଏସପି ପ୍ରଶାନ୍ତ ସାହୁ କହିଥିଲେ। ଆଜି ଏହି ଘଟଣାର ତଦନ୍ତ କରାଯିବ। ସ୍ବତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ ପୁରୀ ସ୍ବତନ୍ତ୍ର ସର୍କିଟ୍ ହାଉସରେ ତଦନ୍ତ କରିବେ। ଜିଲା ପ୍ରଶାସନ, ମନ୍ଦିର ପ୍ରଶାସନ, ପୁଲିସ, ଅଗ୍ନିଶମ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିକାରୀଙ୍କଠାରୁ ସେ ତଥ୍ୟ ସଂଗ୍ରହ କରିବେ। ଏହାଛଡ଼ା ପ୍ରତ୍ୟକ୍ଷଦର୍ଶୀ, ମୃତାହତଙ୍କ ସମ୍ପର୍କୀୟ ଏବଂ ଆଗ୍ରହୀ ବ୍ୟକ୍ତି ତାଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଅଭିଯୋଗ ଏବଂ ପ୍ରସ୍ତାବ ଦେଇ ପାରିବେ। Post navigation ନବୀନ ନିବାସରୁ ନବନିର୍ବାଚିତ ବିଧାୟକଙ୍କୁ ଆସିଲା ଡାକରା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନରେନ୍ଦ୍ର ମୋଦି