ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନରେନ୍ଦ୍ର ମୋଦି । ନୂଆ ସରକାର ଗଠନ ପୂର୍ବରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫାପତ୍ର ଦେଇଛନ୍ତି । ତେବେ ତୃତୀୟ ଥର ପାଇଁ ଏନ୍‌ଡିଏ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଆସନ୍ତା ୮ରେ ଶପଥ ନେବେ ବୋଲି ଜଣାପଡିଛି।

ନିର୍ବାଚନ ୨୦୨୪ର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଛି। ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୨୪୦ ଟି ଆସନ ରେ ବିଜୟୀ ହୋଇ ସଂଖ୍ୟାଗରିଷ୍ଠତା ଠାରୁ ଦୂରରେ ଥିଲେ ବି ଏନଡିଏ ୨୯୨ ଟି ଆସନ ସହ ସରକାର ଗଠନ କରିବାକୁ ଦାବିଦାର ହୋଇଛି ।

Leave a Reply

Your email address will not be published. Required fields are marked *