ଓଡ଼ିଶାରେ ଚଳିତବର୍ଷ ନିର୍ବାଚନରେ ବିଜେପି ବିପୁଳ ବିଜୟ ପରେ ମନମୋହନ ସାମଲ ପ୍ରତିକ୍ରିୟା । ସେ କହିଛନ୍ତି, ଓଡ଼ିଶାରେ ପରିବର୍ତ୍ତନ ଆଣିବା ଲୋକଙ୍କ ମନରେ ଥିଲା। ଏ ନିର୍ବାଚନ ସାଧାରଣ ଲୋକଙ୍କ ଥିଲା, ସେମାନେ ଲଢୁଥିଲେ। ଭ୍ରଷ୍ଟ ଶାସନ ବିରୋଧରେ ଓ ଓଡ଼ିଶାର ଅସ୍ମିତା ପାଇଁ ଲଢ଼ିଥିଲୁ ଓଡ଼ିଶା ବାସୀ ।

ସେ ଆହୁରିମଧ୍ୟ କହିଛନ୍ତି କିଏ ମୁଖ୍ୟମନ୍ତ୍ରୀ ହେବ ପାର୍ଲାମେଣ୍ଟ ପାର୍ଟି ନିଷ୍ପତ୍ତି ନେବ। ପ୍ରଧାନମନ୍ତ୍ରୀ କହିବା ଅନୁସାରେ ଜଣେ ଓଡ଼ିଆ ହିଁ ମୁଖ୍ୟମନ୍ତ୍ରୀ ହେବେ। ସରକାର ଆସିବା ମାତ୍ରେ ଯାହା କହିଥିଲୁ ତାହା କରିବୁ। ଆୟୁଷ୍ମାନ ଯୋଜନା ଲାଗୁ କରିବୁ, ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବୁ। ଓଡ଼ିଶାରେ ବନ୍ଦ ହୋଇଯିବ ବିଏସକେୱାଇ ଯୋଜନା । ନୂଆ ସରକାର ଗଠନ ହେବା ପରେ ଓଡ଼ିଶାରେ ବିଏସକେୱାଇ କାର୍ଡ ବନ୍ଦ ହୋଇଯିବ । ଅର୍ଥାତ ଓଡ଼ିଶାବାସୀ ଆଉ ବିଏସକେୱାଇ ଯୋଜନାର ଲାଭ ଉଠାଇପାରିବେ ନାହିଁ । ଏଣିକି ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା ।

ଓଡ଼ିଶାରେ ଦୀର୍ଘ ୨୪ ବର୍ଷର ସରକାରୀ ଭାଙ୍ଗି ଭାଜପା ନୂଆ ସରକାର ଗଠନ କରିବାକୁ ଯାଉଛି । ତେଣୁ ଏହାପୂର୍ବରୁ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖବର ଆସିଛି ଯେ, ବିଏସକେୱାଇ ଯୋଜନା ରାଜ୍ୟରେ ବନ୍ଦ ହୋଇଯିବ । ଯାହା ରାଜ୍ୟର ଅନେକ ହିତାଧିକାରୀଙ୍କ ଚିନ୍ତା ବଢାଇଦେଇଛି । ତେବେ ଏହା ବଦଳରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ କରାଯିବା ନେଇ କହିଛନ୍ତି ମନମୋହନ ସାମଲ ।

Leave a Reply

Your email address will not be published. Required fields are marked *