ନବୀନ ନିବାସରେ ଟିକଟ ପାଇଁ ଚାଲିଛି କସରତ। ଆଜି ଭୁବନେଶ୍ୱର, କନ୍ଧମାଳ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ବୈଠକ ହୋଇଛି। ବୈଠକରେ ଭୁବନେଶ୍ୱର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର ଓ ଗଂଜାମର ପର୍ଯ୍ୟବେକ୍ଷକ ପ୍ରଦୀପ ଅମାତ ସାମିଲ ହେବେ।ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ବିଧାନସଭା ପାଇଁ ବିଜେଡିରେ ଅନେକ ଅଶାୟୀ ଅଛନ୍ତି। ଏହି ସଂସଦୀୟ କ୍ଷେତ୍ରରେ ଅଧିକ ଗୋଷ୍ଠୀ କନ୍ଦଳ ମଧ୍ୟ ରହିଛି। କିପରି ଦଳ ତାକୁ ଚେକ୍ ଦେବ ସେନେଇ ସୁପ୍ରିମୋ ନବୀନ ପଟ୍ଟନାୟକ ଅଲୋଚାନା କରିଥିଲେ। ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ, ସାଂସଦ ଚନ୍ଦ୍ରଶେଖର ସାହୁ, ରମେଶ ଚ୍ୟାଉ ପଟ୍ଟନାୟକ,ଗଞ୍ଜାମ ପର୍ଯ୍ୟବେକ୍ଷକ ପ୍ରଦୀପ ଅମାତ, ବିକ୍ରମ ପଣ୍ଡା,ବିପ୍ଳବ ପାତ୍ର, ସୁବାଷ ବେହେରା, ଉଷା ଦେବୀ ଉପସ୍ଥିତ ଥିଲେ। ତେବେ ଏବେ ଆସ୍କା ସଂସଦୀୟ କ୍ଷେତ୍ର ପାଇଁ ବୈଠକ ହେବ। ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଗଞ୍ଜାମ ବିଜେଡି ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ, ମଞ୍ଜୁଳା ସ୍ବାଇଁ, ଲତିକା ପ୍ରଧାନ, ସୂର୍ଯ୍ୟମଣୀ ବୈଦ୍ୟ, ଶ୍ରୀକାନ୍ତ ସାହୁ, ପୂର୍ଣ୍ଣ ସ୍ବାଇଁ, ନନ୍ଦିନୀ ଦେବୀ ଉପସ୍ଥିତ ରହିବେ। Post navigation ଢେଙ୍କାନାଳ ଜିଲ୍ଲାପାଳଙ୍କୁ ବଦଳି ନିର୍ଦ୍ଦେଶ ଆଦିବାସୀଙ୍କ ଶିକ୍ଷାରେ ପରିବର୍ତ୍ତନ: ଓଡିଶାରେ ହେବ ୧୧୪ ମଡେଲ ସ୍କୁଲ