କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ନିକଟରେ ଅବସ୍ଥିତ ଓଡ଼ିଶା ସ୍ପଞ୍ଜ ଆଇରନ୍ ପ୍ଲାଣ୍ଟ ପରିସରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି, ଯେଉଁଥିରେ ଦୁଇ ଜଣ ଶ୍ରମିକ ଗୁରୁତର ଭାବେ ପୋଡ଼ି ଆହତ ହୋଇଛନ୍ତି। ଉଭୟଙ୍କ ଶରୀରର ୪୦ ପ୍ରତିଶତରୁ ଅଧିକ ପୋଡ଼ିଯାଇଛି । ଅବସ୍ଥା ସଙ୍କଟାପନ୍ନ ରହିଛି । ଦୁର୍ଘଟଣା ଘଟିବା ମାତ୍ରେ ପ୍ଲାଣ୍ଟ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଓ ଆତଙ୍କ ଖେଳିଯାଇଥିଲା। ଆହତ ଦୁଇ ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଉନ୍ନତ ଚିକିତ୍ସା ନିମନ୍ତେ କେନ୍ଦୁଝର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରୀ ଟିମ୍ ସେମାନଙ୍କ ଚିକିତ୍ସାରେ ଲାଗିପଡ଼ିଥିଲେ ହେଁ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଓ ଗୁରୁତର ଥିବା ସୂଚନା ମିଳିଛି। ଶିଳ୍ପ ସଂସ୍ଥାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏହି ଘଟଣା ପଛର ପ୍ରକୃତ କାରଣ କ’ଣ ଏବଂ କେଉଁ ପରିସ୍ଥିତିରେ ଶ୍ରମିକମାନେ ପୋଡ଼ିଗଲେ, ସେନେଇ ଅଧିକ ତଥ୍ୟ ଓ ପ୍ରଶାସନିକ ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି। Post navigation Cold Wave Hits Odisha: ଓଡ଼ିଶାରେ ବଢ଼ୁଛି ଶୀତର ପ୍ରକୋପ: ୧୦ ଡିଗ୍ରୀ ତଳକୁ ଖସିଲା ଅନେକ ସହରର ତାପମାତ୍ରା