ରାଜ୍ୟରେ ଶୀତ ଲହରୀ ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି। ସକାଳ ଓ ସନ୍ଧ୍ୟା ସମୟରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ ରାଜ୍ୟର ବହୁ ସ୍ଥାନରେ ରାତିର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳକୁ ଖସି ଆସିଛି। ଏଥିରେ କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି। ଯେଉଁଠାରେ ସର୍ବନିମ୍ନ ତାପମାତ୍ରା ୬.୨°C ରେକର୍ଡ କରାଯାଇଛି। ଜି. ଉଦୟଗିରିରେ ତାପମାତ୍ରା ୭.୪°C ଏବଂ ଚିପିଲିମାରେ ୯.୯°C ରହିଛି। ସେହିପରି ଦାରିଙ୍ଗବାଡ଼ିରେ ୧୦.୫°C, ଝାରସୁଗୁଡ଼ାରେ ୧୦.୬°C ଓ ଫୁଲବାଣୀରେ ୧୧°C ତାପମାତ୍ରା ରେକର୍ଡ ହୋଇଛି। ପାହାଡ଼ିଆ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସକାଳୁ ଶୀତ ସାଙ୍ଗକୁ କୁହୁଡ଼ିର ଚାଦର ଦେଖିବାକୁ ମିଳୁଛି। ବଢ଼ୁଥିବା ଥଣ୍ଡା ଯୋଗୁଁ ଲୋକେ ନିଆଁ ପୋଇଁବା ଓ ଗରମ ପୋଷାକର ଆଶ୍ରୟ ନେଉଥିବା ଦେଖାଯାଉଛି। ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଉଛି। Post navigation Kataka BaliJatra 2026: ଆଜି ବାଲିଯାତ୍ରାରେ ପ୍ରବଳ ଭିଡ଼ ଆଶଙ୍କା: କଟକ ପ୍ରଶାସନ ପକ୍ଷରୁ ଜାରି ହେଲା ସ୍ୱତନ୍ତ୍ର ଆଡଭାଇଜରୀ