ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୩୦ ତାରିଖ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ଗୁପ୍ତନୀତି ଅନୁଷ୍ଠିତ ହେବାକୁ ଥିବାରୁ ୫ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ଆସନ୍ତାକାଲି ମାର୍ଗଶିର କୃଷ୍ଣ ସପ୍ତମୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ‘ପଇତା ଲାଗି ନୀତି’ ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ନ ପ୍ରାୟ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ପଇତା ଲାଗି ନୀତି ସମ୍ପନ୍ନ ହେବା ପରେ ପୁନର୍ବାର ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ତେଣୁ ଦର୍ଶନ ସମୟକୁ ଦୃଷ୍ଟିରେ ରଖି ମନ୍ଦିରକୁ ଆସିବାକୁ ଶ୍ରଦ୍ଧାଳୁମାନଙ୍କୁ ପରାମର୍ଶ ଦିଆଯାଇଛି। Post navigation Taxi Drivers protest in Bhubaneswar: ବାଇକ୍ ଟ୍ୟାକ୍ସି ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ଦାବି: ଲୋୟର ପିଏମଜିରେ ଚାଳକମାନଙ୍କ ଧାରଣା