81 Acres of Lord Jagannath’s Land, Valued at rs 1,060 Crore Reclaimed
ପୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିକୁ ଫେରାଇ ଅଣାଯାଇଛି। ଶ୍ରୀଜଗନ୍ନାଥ ମେଡିକାଲ କଲେଜ ନିକଟରେ ଥିବା ୮୧ ଏକର ଜମି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ଏହି ଜମିର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧ ହଜାର ୬୦ କୋଟି ଟଙ୍କା ବୋଲି ଜଣାପଡ଼ିଛି ।
 
ସୂଚନା ଅନୁଯାୟୀ, ରାଜସ୍ୱ ପର୍ଷଦ ସଦସ୍ୟ ସତ୍ୟବ୍ରତ ସାହୁଙ୍କ ରାୟ ପରେ ଏହି ଜମି ମହାପ୍ରଭୁଙ୍କ ନାମରେ ଫେରିଛି । ଜମିର ରେକର୍ଡ ସଂଶୋଧନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଦରଜ କରିବାକୁ ସେ ସମ୍ପୃକ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ତହସିଲଦାର ଜମି ପଟ୍ଟା ସଂଶୋଧନ କରି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି ।
 
ଉଲ୍ଲେଖଯୋଗ୍ୟ ଯେ, ଗତକାଲି ମଧ୍ୟ ମହାପ୍ରଭୁଙ୍କ ନାମରେ ୫୨ ଏକର ଜମି ଫେରିଥିଲା । ଏହି ଜମିର ଆନୁମାନିକ ବଜାର ମୂଲ୍ୟ ୨୫୦ କୋଟି ଟଙ୍କାରୁ ଅଧିକ ଥିଲା । ଲଗାତାର ଦୁଇ ଦିନରେ ମୋଟ ୧୩୩ ଏକର ଜମି ମହାପ୍ରଭୁଙ୍କ ଖାତାକୁ ଫେରିବା ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତି ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ।
 
ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷା ଓ ପୁନରୁଦ୍ଧାର ଦିଗରେ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି ।
 

By Nirvay

Leave a Reply

Your email address will not be published. Required fields are marked *