ପବିତ୍ର କାର୍ତ୍ତିକ ମାସ ପରେ ଆଜି ଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ରତ୍ନ ଓ ଅଳଙ୍କାର ଗଣତିମଣତି ପ୍ରକ୍ରିୟା ପୁନର୍ବାର ଆରମ୍ଭ ହୋଇଛି। କାର୍ତ୍ତିକ ମାସରେ ଭକ୍ତଙ୍କ ଭିଡ଼ ଓ ଶ୍ରୀମନ୍ଦିରର ନୀତିକାନ୍ତିକୁ ଦୃଷ୍ଟିରେ ରଖି ଏହି ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। ଆଜି ଏବଂ ଆସନ୍ତାକାଲି ଦୁଇଦିନ ଧରି ଗଣତିମଣତି କାର୍ଯ୍ୟ ଚାଲିବ। ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମାର୍ଗଦର୍ଶିକା (SOP) ଅନୁଯାୟୀ କେବଳ ଅନୁମୋଦିତ ବ୍ୟକ୍ତିମାନେ ଭଣ୍ଡାର ଘରେ ପ୍ରବେଶ କରି ଏହି ପ୍ରକ୍ରିୟାରେ ସାମିଲ ହେବେ। ଏଥର ସମ୍ଭବତଃ ଖଟ ଶେଜ ଘର କାଠ ବାକ୍ସରେ ଥିବା ଅଳଙ୍କାରଗୁଡ଼ିକର ଗଣତିମଣତି କରାଯିବ। ଏହା ପୂର୍ବରୁ ମାର୍ଚ୍ଚରୁ ସେପ୍ଟେମ୍ବର ୧ ତାରିଖ ମଧ୍ୟରେ ମୋଟ ୧୭ ଦିନ ଧରି ଗଣତିମଣତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ରତ୍ନଭଣ୍ଡାର ଗଣତିମଣତି ସମୟରେ ମଧ୍ୟ ଶ୍ରୀମନ୍ଦିରର ନୀତିକାନ୍ତି ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଜାରି ରହିବ। ଭକ୍ତମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ପ୍ରକ୍ରିୟାକୁ ସୁରୁଖୁରୁରେ ଶେଷ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ସେବାୟତ ଓ ସୁରକ୍ଷା କର୍ମୀଙ୍କ ସହଯୋଗ କାମନା କରାଯାଇଛି। Post navigation Power Contractual Workers Slam Deputy CM’s Remarks: ବିଦ୍ୟୁତ୍ ଠିକା କର୍ମଚାରୀଙ୍କ ଦାବିକୁ ‘ଅଯୌକ୍ତିକ ଓ ବେଆଇନ’ କହିବା ପ୍ରସଙ୍ଗ: ଉପମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିବା ସହ ଆନ୍ଦୋଳନ ଜାରି ରଖିଲା ମିଳିତ ମଞ୍ଚ