ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଝାଡ଼ଖଣ୍ଡର ବରିଷ୍ଠ ବିଜେପି ନେତା ଡାକ୍ତର ବ୍ରଜମୋହନ ରାମଙ୍କୁ ନିଯୁକ୍ତ କରାଯାଇଛି । ରାଷ୍ଟ୍ରପତି ୬ଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି । ଡାକ୍ତର ବ୍ରଜମୋହନ ରାମ ପଲାମୁ ଲୋକସଭା ଆସନରୁ ୧୯୯୬, ୧୯୯୮ ଓ ୧୯୯୯ ମସିହାରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ବିହାର ବିଧାନସଭାର ସଦସ୍ୟ ଥିଲେ । ଏଥିସହ ସେ ଝାଡ଼ଖଣ୍ଡ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ସିକିମର ରାଜ୍ୟପାଳ ଭାବେ ଦୁଶ୍ୟନ୍ତ ଗୌତମ, କର୍ଣ୍ଣାଟକରେ ସୁଧା ଯାଦବ, ଉତ୍ତରାଖଣ୍ଡରେ ଧଳ ସିଂହ ବିସେନ, କେରଳମ୍ରେ ଓମ୍ପ୍ରକାଶ ମାଥୁର ଏବଂ ତାମିଲନାଡୁରେ ରାଜେନ୍ଦ୍ର ବିଶ୍ୱନାଥ ଆରଲେକରଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । Post navigation Puri Development Projects: ବିଶ୍ୱସ୍ତରୀୟ ହେବ ଶ୍ରୀକ୍ଷେତ୍ର; ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 100+ Plots Registered for Bali Jatra: କଟକ ବାଲିଯାତ୍ରା ପାଇଁ ୧୦୦ରୁ ଅଧିକ ପ୍ଲଟ୍ ପଞ୍ଜୀକରଣ