ପୂର୍ବ ଆଫ୍ରିକାର ଜିବୁଟି ଉପକୂଳରେ ଏକ ଭୟାବହ ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅତିକମରେ ୧୩୯ ଜଣ ପ୍ରବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୮୪ ଜଣ ନିଖୋଜ ଅଛନ୍ତି । ମୃତକଙ୍କ ମଧ୍ୟରେ ୧୫ ଜଣ ଶିଶୁ ଓ ଅନେକ ମହିଳା ସାମିଲ ଅଛନ୍ତି ।

ସୂଚନା ଅନୁଯାୟୀ; ପ୍ରାୟ ୩୦୫ ଜଣ ପ୍ରବାସୀଙ୍କୁ ନେଇ ଏକ ଓଭରଲୋଡେଡ୍ ଡଙ୍ଗା ଜିବୁଟିରୁ ୟେମେନ ଅଭିମୁଖେ ଯାଉଥିଲା । ଓବୋକ ସହର ନିକଟସ୍ଥ ଗୁହେରେ ଉପକୂଳରେ ଗୁରୁବାର ଏବଂ ଶୁକ୍ରବାର ମଧ୍ୟରାତ୍ରିରେ ଏହି ଡଙ୍ଗାଟି ବୁଡ଼ି ଯାଇଥିଲା ।

ପ୍ରଥମେ ୧୦୯ ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ୩୦ ଟି ମୃତଦେହ ପ୍ରାପ୍ତ ହେବା ପରେ ମୋଟ ମୃତ୍ୟୁସଂଖ୍ୟା ୧୩୯ କୁ ବୃଦ୍ଧି ପାଇଛି। ପ୍ରାରମ୍ଭିକ ଭାବେ ଉଦ୍ଧାର ହୋଇଥିବା ମୃତକଙ୍କ ମଧ୍ୟରେ ୫୨ ଜଣ ପୁରୁଷ, ୪୨ ଜଣ ମହିଳା ଏବଂ ୧୫ ଜଣ ଶିଶୁ ସାମିଲ ଅଛନ୍ତି। ଅନ୍ୟପଟେ ୮୦ ରୁ ଅଧିକ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଜୀବନ୍ତ ଉଦ୍ଧାର କରାଯାଇଛି, ଯେଉଁମାନେ ସମସ୍ତେ ଇଥିଓପିଆର ନାଗରିକ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *