ରାଜ୍ୟରେ ଆସନ୍ତା ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ଭୁବନେଶ୍ୱର ମହାନଗର ନିଗମ (BMC) ଅଧୀନରେ ଭୋଟର ତାଲିକାରେ ଥିବା ତ୍ରୁଟିକୁ ସୁଧାରିବା ପାଇଁ ଏକ ସ୍ୱତନ୍ତ୍ର ପାଇଲଟ୍ ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଏହି ସର୍ଭେ ଦ୍ୱାରା ନୂତନ ଭୋଟରଙ୍କ ନାମ ଯୋଡ଼ିବା ସହ ଭୋଟର ତାଲିକାରେ ଥିବା ନାମ, ଠିକଣା କିମ୍ବା ଅନ୍ୟାନ୍ୟ ତ୍ରୁଟି ସଂଶୋଧନ କରାଯାଇ ପାରିବ।

ଏହି ପାଇଲଟ୍ ସର୍ଭେ ସେପ୍ଟେମ୍ବର ୩ରୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ BMC ଅଧୀନରେ ଥିବା ୩ଟି ନିର୍ବାଚନ ମଣ୍ଡଳୀରେ କରାଯିବ। ପାଇଲଟ୍ ପର୍ଯ୍ୟାୟର ସଫଳତା ପରେ, ଅକ୍ଟୋବର ୨୬ ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟର ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଘରକୁ ଘର ବୁଲି ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯିବ। ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ କରିବା, ଅସ୍ପଷ୍ଟ ଘର ନମ୍ବର ସମସ୍ୟା ସମାଧାନ କରିବା, ସୀମା ନିର୍ଦ୍ଧାରଣ ଜନିତ ଦ୍ୱନ୍ଦ୍ୱ ଦୂର କରିବା ଏବଂ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମ ନିର୍ଭୁଲ ଭାବେ ତାଲିକାରେ ଅନ୍ତର୍ଭୁକ୍ତ କରିବା।

ସର୍ଭେ କାର୍ଯ୍ୟକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ବିଏଲ୍‌ଓ ମାନଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ଆବେଦନ କରାଯାଇଛି।

Leave a Reply

Your email address will not be published. Required fields are marked *