ଚଳିତ ବର୍ଷ ରାଜ୍ୟରେ ସାର ଯୋଗାଣ ପ୍ରକ୍ରିୟା ଅତି ସୁରୁଖୁରୁରେ ଚାଲିଛି ବୋଲି ସମବାୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଚାଷୀମାନଙ୍କୁ ଆବଶ୍ୟକ ମୁତାବକ ସାର ଯୋଗାଇ ଦେବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସମବାୟ ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୪୮ ହଜାର ୬୭୬ ଟନ୍ ସାର ଯୋଗାଇ ଦିଆଯାଇଛି। କୃଷି ବିଭାଗ ପକ୍ଷରୁ ଆଗାମୀ ଦିନରେ ଆଉ ୩ ଲକ୍ଷ ୨୦ ହଜାର ଟନ୍ ସାର ଯୋଗାଇ ଦିଆଯିବ। ବର୍ତ୍ତମାନ କୃଷି ବିଭାଗ ତରଫରୁ ସମବାୟ ବିଭାଗକୁ ୬୦% ସାର ପ୍ରଦାନ କରାଯାଉଛି।

ଏଥି ସହିତ ମନ୍ତ୍ରୀ ସାରର ଅଭାବୀ ବିକ୍ରି କିମ୍ବା କଳାବଜାରୀ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଅତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚତାବନୀ ଦେଇଛନ୍ତି।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଲଗାଣ ବର୍ଷା ଯୋଗୁଁ କେତେକ ସ୍ଥାନରେ ଚାଷୀ ପଞ୍ଜୀକରଣ ସର୍ଭର ଡାଉନ୍ ରହୁଥିବା ଅଭିଯୋଗ ହୋଇଛି। ତେବେ ଏହାକୁ ନେଇ ଚାଷୀ ଭାଇମାନେ ଆଦୌ ବିଚଳିତ ହେବାର ଆବଶ୍ୟକତା ନାହିଁ। ​ଚାଷୀଙ୍କ ସୁବିଧାକୁ ପ୍ରାଥମିକତା ଦିଆଯାଉଛି। ​ଯଦି ସମସ୍ୟା ଲାଗିରହେ, ତେବେ ପଞ୍ଜୀକରଣର ଶେଷ ତାରିଖ ବୃଦ୍ଧି କରାଯିବ ।

Leave a Reply

Your email address will not be published. Required fields are marked *