ବଢ଼ିଲା ସୌରିନ ଭଟ୍ଟଙ୍କ ଅଡ଼ୁଆ। କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଗିରଫଦାରୀ ସମ୍ଭାବନା। ସୌରିନ୍ଙ୍କୁ ପୂର୍ବରୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ହଟାଇ ଦେବା ପରେ ଏବେ ତାଙ୍କର ଗିରଫଦାରୀ ସମ୍ଭାବନା ଦୃଢ଼ ହୋଇଛି। ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ନିର୍ଯାତନା ଦେବା ମାମଲାରେ ଓଡ଼ିଶା ହାଇକୋର୍ଟ ସୌରିନଙ୍କ ଅନ୍ତରୀଣ ସୁରକ୍ଷାକୁ ପ୍ରତ୍ୟାହାର କରିଛନ୍ତି । ସେ କିପରି ନିମ୍ନ ଅଦାଲତରେ ହାଜର ହେବେ, ସେନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ; ମହିଳାଙ୍କୁ ବିବାହ ପ୍ରଲୋଭନ ଦେଖାଇ ନିର୍ଯ୍ୟାତନା ଦେବା ଏବଂ ଲକ୍ଷାଧିକ ଟଙ୍କା ଠକି ନେଇଯିବା ଅଭିଯୋଗରେ କଟକ ମହିଳା ଥାନାରେ ଅଭିଯୋଗ ହୋଇଥିଲା । ସୌରିନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ହାଇକୋର୍ଟଙ୍କ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ । ମାତ୍ର ସୌରିନଙ୍କୁ ବାରମ୍ବାର ପୋଲିସ ନୋଟିସ୍ ଜାରି କରିବା ସତ୍ତ୍ୱେ ସେ ହାଜର ହୋଇନଥିଲେ । ଏପରିକି ପଶ୍ଚିମବଙ୍ଗରେ ତାଙ୍କ ବାସଭବନରେ ନୋଟିସ୍ କରାଯାଇଥିଲା । ଦୀର୍ଘ ଦିନ ପରେ ସେ କଟକ ମହିଳା ଥାନାରେ ହାଜର ହୋଇନଥିଲେ । ଏହା ପରେ ହାଇକୋର୍ଟ ତାଙ୍କ ଅନ୍ତରୀଣ ଜାମିନ ସୁରକ୍ଷାକୁ ପ୍ରତ୍ୟାହାର କରିନେଇଛନ୍ତି । ଯଦ୍ୱାରା ସୌରିନଙ୍କ ଗିରଫଦାରୀ ସମ୍ଭାବନା ବଢ଼ି ଯାଇଛି । Post navigation Dismantling of chariots begins in Puri: ପୁରୀରେ ଆଜିଠୁ ଆରମ୍ଭ ହେଲା ତିନି ରଥ ଭଙ୍ଗା କାର୍ଯ୍ୟ BMC Raid Sweet shops in Pahala: ପାହାଳରେ ଛେନା ଓ ପନିରରେ ଅପମିଶ୍ରଣ ନେଇ ବିଏମ୍ସିର ରେଡ୍