ଓଡ଼ିଶା ପୋଲିସ୍ରେ ବଡ଼ ନିଯୁକ୍ତି ନେଇ ଘୋଷଣା । ରାଜ୍ୟ ସରକାର ଓଡ଼ିଶା ପୋଲିସ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୋଲିସର ବିଭିନ୍ନ ବର୍ଗର ୭୬୬୪ ପଦବୀ ପୂରଣ ନିମନ୍ତେ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ଏହି ନିଯୁକ୍ତି ପ୍ରକ୍ରିୟା ଏବେ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ (OUSSSC) ଦ୍ୱାରା ପରିଚାଳିତ ହେବ। ୭୬୬୪ ପଦବୀ ପୂରଣ ପାଇଁ OUSSSCକୁ ଚିଠି କରାଯାଇଛି । ମୋଟ ୭୬୬୪ ପଦବୀ ମଧ୍ୟରୁ, ସର୍ବାଧିକ ପଦବୀ ୪୨୧୯ – ସିଭିଲ୍ କନଷ୍ଟେବଳ ପାଇଁ ହୋଇଥିବା ବେଳେ ୨୨୧୨ OISF କନେଷ୍ଟବଳ, ୩୦୦ କନେଷ୍ଟବଳ (ଯୋଗାଯୋଗ) ଓ ୯୩୩ SI ପଦବୀ ପୂରଣ ପାଇଁ ଚିଠି କରାଯାଇଛି । ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଚିଠିରେ କୁହାଯାଇଛି ଯେ SI ଏବଂ ସମକକ୍ଷ ପଦବୀ ପାଇଁ ନିଯୁକ୍ତି, ଯାହା ପୂର୍ବରୁ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (OPRB) କୁ ଦିଆଯାଇଥିଲା, ତାହା ବିଭିନ୍ନ କାରଣରୁ OUSSSC ଦ୍ୱାରା ପରିଚାଳିତ ହେବ। ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପୂର୍ବରୁ ଏହି ପଦବୀ ପାଇଁ ଆବେଦନ କରିଥିବା ଏବଂ ଯୋଗ୍ୟ ବିବେଚିତ ହୋଇଥିବା ସମସ୍ତ ପ୍ରାର୍ଥୀଙ୍କୁ OUSSSC ଦ୍ୱାରା ପରିଚାଳିତ ହେବାକୁ ଥିବା ଆଗାମୀ ନିଯୁକ୍ତି ପ୍ରକ୍ରିୟାରେ ପ୍ରତିଯୋଗିତା କରିବାକୁ ଅନୁମତି ଦିଆଯିବ। ନିଯୁକ୍ତିକୁ ସୁଗମ ଏବଂ ତ୍ୱରିତ ପରିଚାଳନା ପାଇଁ OPRB କୁ ସମସ୍ତ ଆବେଦନ ଫର୍ମ ଏବଂ ସମ୍ପର୍କିତ ତଥ୍ୟ OUSSSC କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। Post navigation Police Encounter in Bhubaneswar: ରାଜଧାନୀରେ ଡ୍ରଗ୍ସ ମାଫିଆକୁ ଏନ୍କାଉଣ୍ଟର୍ Rajya Sabha Bypoll in Odisha scheduled for June 18