ରାଜ୍ୟରେ ଏବେ ବନ୍ୟା ଏବଂ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏସବୁ ଭିତରେ ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସର୍ପାଘାତର ଭୟଙ୍କର ଚିତ୍ର ସାମ୍ନାକୁ ଆସୁଛି। ସାପ କାମୁଡ଼ାରେ ଅନେକ ଲୋକ ଆକ୍ରାନ୍ତ ହେଉଥିବା ବେଳେ ଆଜି ଗୋଟିଏ ଦିନରେ ରାଜ୍ୟରେ ୬ ଜଣଙ୍କର ଅକାଳ ମୃତ୍ୟୁ ଘଟିଛି।

ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ୪ ଜଣ, ଜଳେଶ୍ବର ଓ ଚାନ୍ଦବାଲିରେ ସର୍ପାଘାତରେ ୨ ନାବାଳିକାଙ୍କ ମୃତ୍ୟୁ ହୋଇଛି ।

ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ଥାନା ଅନ୍ତର୍ଗତ ହାତୀଓଡ଼ା ଗାଁରେ ସାପ କାମୁଡ଼ିବା ପରେ ଭାଇ-ଭଉଣୀ ଦୁଇ ଜଣଙ୍କ ମୃତ ହୋଇଥିବା ବେଳେ ବଣାଇ ଟିକାୟତପାଲି ଥାନା ଅନ୍ତର୍ଗତ ତିଲେଇମାଲ ଗାଁର ଭୂୟାଁ ସାହିରେ ରାତିରେ ଘରେ ଶୋଇଥିବା ବେଳେ ଅଜା ଓ ନାତିଙ୍କୁ ସାପ କାମୁଡ଼ିବା ଫଳରେ ମୃତ୍ୟୁ ହୋଇଛି।

ସେହିପରି ବାଲେଶ୍ଵର ଜିଲ୍ଲାର ବାଲିଆପାଲ ଥାନା ବିଷ୍ଣୁପୁର ଗାଁର ଜଣେ ନାବାଳିକା ଶୋଇଥିବା ବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ମୃଗନୟନୀ ଗାଁରେ ମଧ୍ୟ ସାପ କାମୁଡ଼ାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *