ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶକୁ ଦୃଷ୍ଟିରେ ରଖି ଆଜି ୫ଟି ନୂଆ ହୋଟେଲ ଓ ରିସର୍ଟ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି ୫ଟି ପ୍ରକଳ୍ପରେ ମୋଟ ୭୬୭ କୋଟି ଟଙ୍କା ନିବେଶ ହେବ । ଏଥିରେ ୨ଟି ୫-ତାରକା ହୋଟେଲ ଓ ୩ଟି ୪-ତାରକା ହୋଟେଲ ଏବଂ ରିସର୍ଟ ରହିଛି । ଏହି ପ୍ରକଳ୍ପଗୁଡ଼ିକ ଗଞ୍ଜାମ, ପୁରୀ, ଝାରସୁଗୁଡ଼ା ଓ କୋରାପୁଟ ଜିଲ୍ଲାରେ ପ୍ରତିଷ୍ଠା ହେବ । ଗଞ୍ଜାମରେ ବିବିବି ହୋଟେଲ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ୨୦୮.୦୪ କୋଟି ଟଙ୍କା ନିବେଶରେ ଏକ ୫-ତାରକା ହୋଟେଲ ପ୍ରତିଷ୍ଠା କରାଯିବ । ପୁରୀରେ ହୋଟେଲ ସି ପର୍ଲ ଓଡ଼ିଶା ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ୧୮୦ କୋଟି ଟଙ୍କା ନିବେଶରେ ଏକ ୫-ତାରକା ବେଳାଭୂମି ରିସର୍ଟ ପ୍ରତିଷ୍ଠା ହେବ । ଏଥିସହ ଝାରସୁଗୁଡ଼ାରେ ହାଇଲ୍ୟାଣ୍ଡ ହୋଟେଲ୍ସ ଆଣ୍ଡ ରିସର୍ଟସ ପ୍ରାଇଭେଟ୍ ଲିମିଟେଡ୍ ୧୫୦ କୋଟି ଟଙ୍କା ନିବେଶରେ ଏକ ୪-ତାରକା ରିସର୍ଟ ନିର୍ମାଣ କରିବ । ପୁରୀରେ ପୁରୀ ଇକୋ-ଟୁରିଜମ୍ ଆଣ୍ଡ ରିସର୍ଟସ ପ୍ରାଇଭେଟ୍ ଲିମିଟେଡ୍ ୧୨୪ କୋଟି ଟଙ୍କା ନିବେଶରେ ଏକ ୪-ତାରକା ରିସର୍ଟ ପ୍ରତିଷ୍ଠା କରିବ । ସେହିପରି କୋରାପୁଟରେ ଓଡିସିଅସ୍ ଲିଜର୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ୧୦୫ କୋଟି ଟଙ୍କା ନିବେଶରେ ଏକ ୪-ତାରକା ହୋଟେଲ ପ୍ରତିଷ୍ଠା କରାଯିବ । ଏହି ୫ଟି ପ୍ରକଳ୍ପର ମୋଟ ନିବେଶ ୭୬୭ କୋଟି ଟଙ୍କା ହେଉଛି । Post navigation Minakshi Bahinipati Injured: ଇଣ୍ଡିଆ ମେଣ୍ଟର ରାଲି ବେଳେ ପୋଲିସ ଆକ୍ରମଣରେ ମିନାକ୍ଷୀ ବାହିନୀପତି ଆହତ Puri Gundicha Temple Reopens: ୬ ବର୍ଷ ପରେ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ପୁରୀ ଗୁଣ୍ଡିଚା ମନ୍ଦିର