ଭୁବନେଶ୍ୱର ଲୋୟର ପିଏମଜିରେ ଏମଏମଡିଆର ଆଇନ ପ୍ରତ୍ୟାହାର, ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର ଓ ଓଡ଼ିଶାର ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଆଜି ଇଣ୍ଡିଆ ମେଣ୍ଟ ତରଫରୁ ଏକ ବିଶାଳ ପରିବର୍ତ୍ତନ ରାଲି ଆୟୋଜନ ହୋଇଥିଲା । ଏହି ରାଲିରେ ପ୍ରଦେଶ ମହିଳା କଂଗ୍ରେସ ସରକାର ବିରୋଧୀ ସ୍ଲୋଗାନ ଦେବାବେଳେ ମହିଳା ପୋଲିସ ପକ୍ଷରୁ ହଠାତ ଆକ୍ରମଣ ହୋଇ ଧସ୍ତାଧସ୍ତି ଆରମ୍ଭ କରାଯାଇଥିଲା । ପୋଲିସର ଆକ୍ରମଣ ଫଳରେ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଗୁରୁତର ଆହତ ହେବାରୁ ତାଙ୍କୁ ସମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି ବୋଲି ସୂଚନା ମିଳିଛି । ଶ୍ରୀମତୀ ବାହିନୀପତିଙ୍କ ସହ ମହିଳା କଂଗ୍ରେସର ଅନେକ ନେତ୍ରୀ ପୋଲିସର ବର୍ବର ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି । ଏ ନେଇ କଂଗ୍ରେସ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇବା ସହ ପୋଲିସର ଏଭଳି ଅସମ୍ବିଧାନିକ ଓ ଅମାନୁଷିକ କାର୍ଯ୍ୟକୁ କଠୋର ସମାଲୋଚନା କରାଯାଇଛି । Post navigation India Clinches Asian Games Bronze: ଏସିଆନ୍ ଗେମ୍ସରେ ଭାରତର ବ୍ରୋଞ୍ଜ; ଅନିମେଶ କୁଜୁରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା 5 New Hotels Approved in Odisha: ଓଡ଼ିଶାରେ ୫ଟି ନୂଆ ହୋଟେଲ ପ୍ରକଳ୍ପକୁ ଅନୁମୋଦନ; ୭୬୭ କୋଟି ବ୍ୟୟବରାଦ