କେରଳମ ୱାଏନାଡ୍ରେ ଭୂସ୍ଖଳନ । କେରଳର ୱାୟାନାଡ ଜିଲ୍ଲାରେ କ୍ରମାଗତ ପ୍ରବଳ ବର୍ଷା ଯୋଗୁଁ କଲାଡି ମୀନାକ୍ଷୀ ବ୍ରିଜ୍ ନିକଟରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟି ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ଅନେକ ଲୋକ ଏବେବି ମାଟି ତଳେ ଦବି ରହିଥିବା ଆଶଙ୍କା କରାଯାଉଛି। ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ସୂଚନା ଅନୁଯାୟୀ; ମାଲାପ୍ପୁରମ୍ ଏବଂ ୱାୟାନାଡ୍ ଜିଲ୍ଲାକୁ ସଂଯୋଗ କରୁଥିବା ଆନାକ୍କାମ୍ପୋଇଲ୍-ମେପାଡି ସୁଡ଼ଙ୍ଗ ରାସ୍ତା ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବାବେଳେ ଭୂ-ସ୍ଖଳନ ସମୟରେ ପ୍ରକଳ୍ପରେ ସାମିଲ ଥିବା ଅନେକ ଶ୍ରମିକ ସେଠାରେ ଉପସ୍ଥିତ ଫସିଯାଇଥିଲେ । କିଛି ଗାଡ଼ି ମଧ୍ୟ ଭଗ୍ନାବଶେଷ ତଳେ ଫସି ରହିଥିବା ଜଣାପଡ଼ିଛି। Post navigation महाराष्ट्र में भारी बारिश का कहर; पिछले 3-4 दिनों में 13 लोगों की मौत