ଜାପାନରେ ୫.୯ ତୀବ୍ରତାର ଏକ ଭୂମିକମ୍ପ ହୋଇଛି । ଏହାର ଝଟକା ରାଜଧାନୀ ଟୋକିଓ ସମେତ ଇବାରାକି, ଚିବା ଓ ସାଇତାମାରେ ଅନୁଭୂତ ହୋଇଛି । ଭୂମିକମ୍ପର କେନ୍ଦ୍ର ଇବାରାକିର ଦକ୍ଷିଣ ଅଞ୍ଚଳରେ ଭୂପୃଷ୍ଠଠାରୁ ପ୍ରାୟ ୭୦ କିଲୋମିଟର ତଳେ ଥିଲା । ଏହି ଭୂମିକମ୍ପରେ ୨୦ରୁ ଅଧିକ ଜଣ ଆହତ ହୋଇଥିବା ଖବର ମିଳିଛି । ଆହୁରି କେତେ ଜଣ ଆହତ ହୋଇଛନ୍ତି, ସେନେଇ ଯାଞ୍ଚ ଚାଲିଛି । ଅନ୍ୟପଟେ ଭୂମିକମ୍ପ ଯୋଗୁଁ ଟୋକିଓରୁ ନାରିତା ବିମାନବନ୍ଦର ମଧ୍ୟରେ ଚାଲୁଥିବା କିଛି ଏକ୍ସପ୍ରେସ୍ ଟ୍ରେନ୍ ଏବଂ ସ୍ଥାନୀୟ ଟ୍ରେନ୍ ଚଳାଚଳରେ ବିଳମ୍ବ ହୋଇଛି । ଏଥି ସହିତ ଭୂମିକମ୍ପ ପରେ ସୁନାମିର କୌଣସି ବିପଦ ନାହିଁ ବୋଲି କୁହାଯାଇଛି । Post navigation Foreign Vessel Goes Missing Off Paradip Port: ମଝି ସମୁଦ୍ରରେ କାର୍ଗୋ ଜାହାଜ ବୁଡ଼ି ଯାଇଥିବା ଘଟଣା; ୨ ଜଣ କ୍ରିଉ ମେମ୍ବର ଉଦ୍ଧାର