ଦେଶର ପ୍ରଧାନମନ୍ତ୍ରୀ ଭାବରେ ପୁଣି ଥରେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଭବନରେ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମୋଟ ୭୨ ମନ୍ତ୍ରୀ ଶପଥ ଗ୍ରହଣ କରୁଛନ୍ତି। ଏଥିମଧ୍ୟରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୫ ରାଜ୍ୟ ମନ୍ତ୍ରୀ (ସ୍ବତନ୍ତ୍ର ଭାର)ଏବଂ ୩୬ ଜଣ ରାଜ୍ୟ ମନ୍ତ୍ରୀ ଅଛନ୍ତି। ମୋଦିଙ୍କ କ୍ୟାବିନେଟ୍‌ରେ ଏଥର ଓଡ଼ିଶାର ୩ ଜଣଙ୍କୁ ସ୍ଥାନ ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତୃତୀୟ ପାଳିରେ ଓଡ଼ିଶାକୁ ଗୁରୁତ୍ୱ ଦେଇଛନ୍ତି। ସେ ନିଜ କ୍ୟାବିନେଟ୍‌ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ତିନି ଜଣଙ୍କୁ ସ୍ଥାନ ଦେଇଛନ୍ତି। ଏଥିରେ ଅଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଓ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ତିନି ଜଣ ସାଂସଦଙ୍କୁ ଶପଥ ପାଠ କରାଇଛନ୍ତି।

ଲୋକ ସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ପାଞ୍ଚ ଦିନ ପରେ ଭାରତ ଏକ ନୂତନ ସରକାର ପାଇଛି। ଲଗାତାର ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୋଦିଙ୍କ ପରେ ରାଜନାଥ ସିଂ ଶପଥ ନେଇଥିଲେ। ଶପଥ ଗ୍ରହଣ କରିବାକୁ ଅମିତ ଶାହା ତିନି ନମ୍ବରରେ ପହଞ୍ଚିଥିଲେ। ୨୦୧୯ରେ ମଧ୍ୟ ଶପଥ ଗ୍ରହଣ କରିବାର କ୍ରମ ସମାନ ଥିଲା। ଏହାପରେ ନୀତିନ ଗଡକରୀ, ଜେପି ନଡ୍ଡା, ନିର୍ମଳା ସିତାରମଣ, ଏସ୍‌ ଜୟଶଙ୍କର, ଶିବରାଜ ସିଂ ଚୌହାନ, ମନୋହରଲାଲ ଖଟ୍ଟର, ଏଚ୍‌ଡି କୁମାରସ୍ବାମୀ, ପିୟୁଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ଜିତନ ରାମ ମାନଝୀ, ରାଜୀବ ରଞ୍ଜନ ସିଂ, ସର୍ବାନ୍ଦ ସୋନଓ୍ବାଲ,ବୀରେନ୍ଦ୍ର କୁମାର,କେ.ରାମମୋହନ ନାଇଡୁ,ପ୍ରହ୍ଲାଦ ଯୋଶୀ, ଜୁଏଲ ଓରାମ, ଗିରିରାଜ ସିଂ, ଅଶ୍ୱିନୀ ବୈଷ୍ଣବ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଭୂପେନ୍ଦ୍ର ଯାଦବ, ଗନ୍ଦ୍ରେ ସିଂ ଶେଖାଓ୍ବତ, ଅର୍ନପୂର୍ଣ୍ଣା ଦେବୀ, କିରନ୍‌ ରିଜିଜୁ, ହରଦୀପ ସିଂ ପୁରୀ, ମନସୁଖ ମାଣ୍ଡବ୍ୟ,ଜି କିଷନ ରେଡ୍ଡୀ, ଚିରାଗ ପାଶଓ୍ବାନ୍‌, ସି.ଆର୍‌ ପାଟିଲ, ଇନ୍ଦ୍ରଜିତ୍‌ ସିଂ, ଜିତେନ୍ଦ୍ର ସିଂ ଶପଥ ନେଇଛନ୍ତି।

By SonaliP

Leave a Reply

Your email address will not be published. Required fields are marked *