ପାଲଲହଡ଼ା ଅଞ୍ଚଳରେ ଏବେ ଘାାତକ ସ୍କ୍ରବ୍ ଟାଇଫସ୍ ରୋଗର ଆତଙ୍କ ଦେଖାଦେଇଛି। ଗତ ୨ ଦିନ ମଧ୍ୟରେ ଅଞ୍ଚଳରୁ ୨୯ ଜଣ ନୂଆ ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ରୋଗୀ ଚିହ୍ନଟ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଚିନ୍ତା ପ୍ରକାଶ ପାଇଛି।

ମିଳିଥିବା ସୂଚନା ମୁତାବକ, ସାନ ବାଗଦାରୀ ଗାଁରୁ ମୋଟ ୧୮୦ ଜଣଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିମଧ୍ୟରୁ ୨୯ ଟି ନମୁନାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ଥିବା ସ୍ପଷ୍ଟ ହୋଇଛି। ଏହାପରେ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ସମ୍ପୂର୍ଣ୍ଣ ଗାଁକୁ ସାନିଟାଇଜ୍ କରାଯିବା ସହ ଘର ଓ ଆଖପାଖ ଅଞ୍ଚଳରେ ଔଷଧ ଛିଞ୍ଚନ କରାଯାଉଛି।

ଏହି ସମ୍ପର୍କରେ ପାଲଲହଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର BPMO ଶଶିକାନ୍ତ ବେହେରା ସୂଚନା ଦେଇ କହିଛନ୍ତି, ସ୍ୱାସ୍ଥ୍ୟ ଟିମ୍ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ଏବଂ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଉଛି।

Leave a Reply

Your email address will not be published. Required fields are marked *