ଯଶିପୁର ମହାବିଦ୍ୟାଳୟରେ ସମ୍ବିଧାନ ଦିବସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ଯଶିପୁର

ଯଶିପୁର ମହାବିଦ୍ୟାଳୟ ସଭାଗୃହରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ରାଜନୈତିକ ବିଜ୍ଞାନ ଓ ଏନଏସଏସ ଛାତ୍ରଛାତ୍ରୀମାନଙ୍କ ମିଳିତ ଉଦ୍ୟମରେ ଏହା ଆୟୋଜିତ ହୋଇଥିଲା । ଅଧ୍ୟାପକ ଯଦୁମଣୀ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଯଶିପୁର କଲେଜର ଅଧ୍ୟକ୍ଷ ଶିରିଷ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ମୁଖ୍ୟବକ୍ତା ଭାବେ ସାମ୍ବାଦିକ ସରୋଜ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ପ୍ରଦୀପ କୁମାର ସୋରେନ, ଅଧ୍ୟାପକ ସାଲଖୁ ମାଝୀ, ଅଧ୍ୟାପକ ରାଜୀବ ଲୋଚନ ମହାନ୍ତ ପ୍ରମୁଖ ଯୋଗ ଦେଇ ସମ୍ବିଧାନ ଗଠନରେ ଡ.ବି ଆର ଆମ୍ବେଦକରଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଶେଷରେ ଅଧ୍ୟାପକ ଦିଲ୍ଲୀପ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*