ବିହାରର ବାଲ୍ମୀକିନଗର ଲୋକସଭା ଆସନରୁ ଜଣେ ପାର୍ଥି ଆଜି ବିଚିତ୍ର ଢଙ୍ଗରେ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଥିଲେ । ୟେ ପ୍ରାର୍ଥୀ ଜଣକ ହେଲେ ସୟଦ ହାୱାରୀ । ସୟଦ ଜୋତା ଓ ଚପଲର ହାର ପିନ୍ଧି ଗଧ ଉପରେ ବସି ନାମାଙ୍କନ ଦାଖଲ କରିବାକୁ ଆସିଥିଲେ । ତାଙ୍କର ଏହି ଅଜବ ଷ୍ଟାଇଲ ଦେଖିବାକୁ ଜନତା ଏକତ୍ରିତ ହୋଇଥିଲେ ।

ବାଲ୍ମୀକିନଗର ଲୋକସଭା ଆସନରୁ ସ୍ଵାଧୀନା ପ୍ରାଥୀ ସୟଦ ହାୱାରୀ ନିର୍ବାଚନୀ ଲଢ଼ୁଛନ୍ତି । ହାୱାରୀ ନିଜ ନିଆରା ଢଙ୍ଗରେ ନାମାଙ୍କନ ପତ୍ର ଦାଖଲ କରିବା ପଛର କାରଣ କହିଛନ୍ତି ଯେ, ସେ ଜଣେ ଗରିବ ଶ୍ରମିକଙ୍କ ପୁଅ ସର୍ବଦା ଜନସାଧାରଣଙ୍କ ଚପଲ ତଳେ ରହିବାକୁ ଚାହେଁ । ମୁ କୌଣସି ବଡ ନେତା ନୁହେଁ , ଲୋକମାନେ ମୋତେ ଜାଣନ୍ତି ନାହିଁ । ଏପରି କିଛି ନୂଆ କଲେ ଲୋକମାନେ ମୋ ପ୍ରତି ଆକର୍ଷିତ ହୋଇ ଭୋଟ ଦେବେ ବୋଲି କହିଛନ୍ତି ହାୱାରୀ ।

By SonaliP

Leave a Reply

Your email address will not be published. Required fields are marked *