କଂଗ୍ରେସ ପ୍ରବକ୍ତା ରାଧିକା ଖେଡ଼ା ଆଜି ବିଜେପିର ହାତ ଧରିଛନ୍ତି । ଗତ ଦୁଇଦିନ ତଳେ ଅସମ୍ମାନିତ ହୋଇଥିବା ଅଭିଯୋଗ କରି କଂଗ୍ରେସରୁ ଇସ୍ତଫା ଦେଇଥିବା ରାଧିକା ମଧ୍ୟ ଆଜି ବିଜେପିରେ ସାମିଲ ହୋଇଇଛନ୍ତି। ଯୋଗ ଦେବା ପରେ ସେ ପାର୍ଟିକୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ ସହ ଲୋକପ୍ରିୟ ଅଭିନେତା ଶେଖର ସୁମନ ମଧ୍ୟ ବିଜେପିରେ ଯୋଗଦେଇଛନ୍ତି । ବିଜେପିରେ ଯୋଗ ଦେବା ପରେ ଶେଖର ସୁମନ କହିଛନ୍ତି, “ମୁଁ ଏହି ପଦକ୍ଷେପ ନେବି ବୋଲି ଗତକାଲି ପର୍ଯ୍ୟନ୍ତ ଜାଣିନଥିଲି। ଭଗବାନଙ୍କୁ ଧନ୍ୟବାଦ ସେ ମୋତେ ଏପରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।”

ରାଜସ୍ଥାନର ପୂର୍ବତନ କଂଗ୍ରେସ ନେତ୍ରୀ ରାଧିକା ବାରମ୍ବାର କଂଗ୍ରେସ ବିରୁଦ୍ଧରେ ଅଭିଯୋଗ କରିଆସୁଥିଲେ। ତାଙ୍କୁ ଦଳରେ ଅସମ୍ମାନିତ କରାଯାଇଥିଲା, ଏନେଇ ସେ ବରିଷ୍ଠ କର୍ମୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଅଭିଯୋଗ କରିଥିଲେ। ରାଧିକା ଆହୁରି କହିଥିଲେ, ୨୨ ବର୍ଷ ଧରି ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବା ପରେ ବି ମୋତେ ବିରୋଧର ସାମ୍ନା କରିବାକୁ ପଡିଛି। ଏହାର ମୁଖ୍ୟ କାରଣ ହେଉଛି, ମୁଁ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣକୁ ସମର୍ଥନ କରିଥିଲି ଏବଂ ରାମ ମନ୍ଦିର ଯାଇଥିଲି। ଏହି କାରଣରୁ ମୋତେ ଦଳର ଠିକ୍ ଭାବେ ବ୍ୟବହାର କରାଯାଉନଥିଲା। ଛତିଶଗଡ଼ରେ ତାଙ୍କ ପ୍ରତି ଦୁର୍ବ୍ୟବହାର ଓ ଷଡଯନ୍ତ୍ର ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ।

 

By SonaliP

Leave a Reply

Your email address will not be published. Required fields are marked *