ସଙ୍କଟରେ ହରିୟାଣାର ବିଜେପି ସରକାର। ସମର୍ଥନ ପ୍ରତ୍ୟାହାର କଲେ ୩ ସ୍ବାଧୀନ ବିଧାୟକ।ବିଜେପିରୁ ସମର୍ଥନ ପ୍ରତ୍ୟାହାର ପରେ କଂଗ୍ରେସକୁ ସମର୍ଥନ ପାଇଁ ୩ ସ୍ବାଧୀନ ବିଧାୟକଙ୍କ ଘୋଷଣା।ଅପର ପକ୍ଷରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ଦାବି ପାଇଁ କଂଗ୍ରେସ ଦାବି କରିଛି। ଦାଦରିରୁ ସୋମବୀର ସାଙ୍ଗଓ୍ୱାନ, ନୀଲୋଖେଡିରୁ ଧର୍ମପାଲ ଗୋନ୍ଦର ଓ ପୁଣ୍ଡରିରୁ ରଣଧୀର ଗୋଲନ୍‌ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସକୁ ସମର୍ଥନ କରୁଥିବା ନେଇ ଘୋଷଣା କରିଛନ୍ତି। ସେପଟେ ବାଦଶାହପୁର ବିଧାୟକ ରାକେଶ ଦୌଲତାବାଦ ମଧ୍ୟ କଂଗ୍ରେସକୁ ସମର୍ଥନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ହରିଆଣା ବିଧାନସଭାରେ ୯୦ଟି ଆସନ ରହିଛି। ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ୪୦, କଂଗ୍ରେସ ୩୨, ଜେଜେପି ୧୦ ଏବଂ ୮ ସ୍ୱାଧୀନ ବିଧାୟକ ନିର୍ବାଚିତ ହୋଇଥିଲେ। ନିର୍ବାଚିତ ହୋଇଥିବା ୮ ଜଣ ସ୍ୱାଧୀନ ବିଧାୟକଙ୍କ ମଧ୍ୟରୁ ୭ ଜଣ ବିଜେପିକୁ ସମର୍ଥନ କରିଥିଲେ। ଏଠାରେ ବିଜେପି ଏବଂ ଜେଜେପି ମେଣ୍ଟରେ ସରକାର ଚାଲିଥିଲା। ପରବର୍ତ୍ତୀ ସମୟରେ ମେଣ୍ଟ ଭାଙ୍ଗି ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ବିଜେପି ସରକାର ଚଳାଉଥିଲା। ଏବେ ଏହି ୩ଜଣ ସ୍ବାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିବା ପରେ ଏଠାରେ ଯେକୌଣସି ମୁହୂର୍ତ୍ତରେ ସରକାର ଭାଙ୍ଗି ଯିବା ଆଶଙ୍କା ରହିଛି।

By Nirvay

Leave a Reply

Your email address will not be published. Required fields are marked *