ମୋଦୀଙ୍କୁ ଚିଠି ଲେଖିଲେ ସୋନିଆ ନିର୍ମାଣ କ୍ଷେତ୍ରର ଶ୍ରମିକଙ୍କ ପ୍ରତି ଦୃଷ୍ଟି ଦିଆଯାଉ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

କରୋନା ଭାଇରସକୁ ନେଇ ବଢୁଥିବା ସଂକଟ ପରିପ୍ରେକ୍ଷୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପତ୍ର ଲେଖିଛନ୍ତି । ମଙ୍ଗଳବାର ସେ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ଯେ, କରୋନା ଭାଇରସ୍‌ ସଂକଟ ପରିପ୍ରେକ୍ଷୀରେ ନିର୍ମାଣ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାଇଁ କିଛି ଜରୁରିକାଳୀନ ପଦକ୍ଷେପ ଉଠାଯାଉ, କିଛି ନିର୍ଦ୍ଦିଷ୍ଟ ଅର୍ଥରାଶିର ସହଯୋଗ କରାଯାଉ ।
ପତ୍ରରେ ସୋନିଆ ଉଲ୍ଲେଖ କରିଛନ୍ତି ଯେ, ଆମେ ଏକ ମହାମାରୀର ସମ୍ମୁଖିନ ହେଉଛେ । ଏହାକୁ ରୋକିବା ପାଇଁ କଠୋର ପଦକ୍ଷେପ ନେବାର ଆବଶ୍ୟକ ଅଛି । ଏହି ପଦକ୍ଷେପ କାରଣରୁ ଆର୍ଥିକ ଗତିବିଧି ବିଶେଷ ପ୍ରଭାବିତ ହେଉଛି । ଆଉ ଅଣସଙ୍ଗଠିତ କ୍ଷେତ୍ର ଉପରେ ଏହାର ଖରାପ ପ୍ରଭାବ ପଡୁଛି । ଏବେ ନିର୍ମାଣ କ୍ଷେତ୍ରରେ କାମ କରୁଥିବା ୪.୪ କୋଟିରୁ ଅଧିକ ଲୋକଙ୍କ ଭବିଷ୍ୟତ ଅନ୍ଧାରରେ । ତେଣୁ ଏହି କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ କିଛି ବଡ଼ ଘୋଷଣା କରାଯାଉ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*