ପ୍ରଧାନମନ୍ତ୍ରୀଙ୍କ ତିନିଦିନିଆ ଥାଇଲାଣ୍ଡ ଗସ୍ତ ଏସିଆର ଗେଟୱେ ବନୁଛି ଉତ୍ତର-ପୂର୍ବ ଭାରତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ବ୍ୟାଙ୍କକ୍‌/ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ତିନିଦିନିଆ ଥାଇଲାନ୍ଦ ଗସ୍ତ କରିଛନ୍ତି । ପ୍ରଥମ ଦିନରେ ସ୍ଥାନୀୟ ନିମିବୁତ୍ର ଷ୍ଟାଡିୟମରେ ଆୟୋଜିତ ‘ସ୍ୱାସଦୀ ମୋଦୀ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିଛନ୍ତି । ଥାଇଲ୍ୟାଣ୍ଡର କୋଣଅନୁକୋଣରେ ଏବଂ ପ୍ରତିଟି ଲୋକଙ୍କ ମଧ୍ୟରେ ଆତ୍ମୀୟତା ନଜର ଆସୁଛି । ଏହି ସଂପର୍କ ହୃଦୟ, ଆତ୍ମା, ଆସ୍ଥା ଏବଂ ଆଧ୍ୟାତ୍ମର ଅଟେ । ଭାରତର ନାମ ପୌରାଣିକ ଯୁଗରୁ ଜମ୍ବୁଦ୍ୱୀପ ସହ ଜଡିତ, ଯାହାକି ଥାଇଲ୍ୟାଣ୍ଡ ସ୍ୱର୍ଣ୍ଣଭୂମିର ଅଂଶ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଉତ୍ତର-ପୂର୍ବ ଭାରତ ଏସିଆ ମହାଦେଶର ଗେଟୱେ ବନୁଛି । ଭାରତ-ମିଅାଁମାର-ଥାଇଲ୍ୟାଣ୍ଡ ରାଜରାସ୍ତା ଆରମ୍ଭ ହେବା ଦ୍ୱାରା ବ୍ୟବସାୟ ବଢିବ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଗୁରୁ ନାନକ ଦେବଙ୍କ ୫୫୦ ତମ ଜୟନ୍ତୀ ଅବସରରେ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବା ସହ ତାମିଲ ଗ୍ରନ୍ଥ ‘ତିରୁକ୍କୁଲର’ର ଥାଇ ଅନୁବାଦର ଉନ୍ମୋଚନ କରିଥିଲେ ।
ଏହି ଅବସରରେ ସେ ଗତ ୫ ବର୍ଷରେ ଭାରତର ସଫଳତା କଥା ମଧ୍ୟ ଉଲ୍ଲେଖ କରିଥିଲେ । ଏବେ ଦେଶବିଦେଶରେ ରହୁଥିବା ଭାରତୀୟମାନେ ଭାରତର ସଫଳତା ନେଇ ଗର୍ବ ଅନୁଭବ କରୁଥିବା ଦେଖି ମୁଁ ଅତ୍ୟନ୍ତ ଖୁସି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଭାରତକୁ ଆତଙ୍କବାଦ ଏବଂ ଉଗ୍ରବାଦରୁ ମୁକ୍ତ କରିବା ସକାଶେ ଭାରତ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ କହିବା ସହ ଖୁବଶୀଘ୍ର ଭାରତ ୫ ଟ୍ରିଲିଅନ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି କହିଥିଲେ ।
ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଏସିଆନ୍‌, ଇଷ୍ଟ ଏସିଆ ଏବଂ କ୍ଷେତ୍ରୀୟ ବ୍ୟାପକ ଆର୍ଥôକ ଭାଗିଦାରୀ (ଆରସିଇପି) ସମ୍ମିଳନୀରେ ଯୋଗ ଦେବେ । ବାଣିଜ୍ୟ, ସାମୁଦ୍ରିକ ନିରାପତ୍ତା ଏବଂ ଯୋଗାଯୋଗ ଆଦି ପ୍ରମୁଖ କ୍ଷେତ୍ରରେ ଆଞ୍ଚଳିକ ସହଯୋଗ ଦୃଢ଼ କରିବା ଏହି ଗସ୍ତର ମୂଳ ଉଦେ୍ଦଶ୍ୟ ଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଏସିଆନ୍‌-ଇନ୍ଦିଆ ସମ୍ମିଳନୀରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ମୋଦୀ ନିଜର ଥାଇଲ୍ୟାନ୍ଦର ସମକକ୍ଷ ପ୍ରୟୁତ ଚାନ-ଓ-ଚା ଙ୍କ ସହିତ ୧୬ତମ ଏସିଆନ୍‌- ଭାରତ ଶିଖର ସମ୍ମିଳନୀ, ୧୪ତମ ଏସିଆନ୍‌ ଏସିଆ ସମ୍ମିଳନୀ ଏବଂ ତୃତୀୟ କ୍ଷେତ୍ରୀୟ ବ୍ୟାପକ ଆର୍ଥôକ ଭାଗିଦାରୀ(ଆରସିଇପି) ସମ୍ମିଳନୀରେ ସାମିଲ ହେବେ । ଏହାପରେ ନଭେମ୍ବର ୪ ତାରିଖରେ ନୂଆଦିଲ୍ଲୀ ଫେରିଆସିବେ ।
ସୂଚନା ଥାଉ ଯେ, ଥାଇଲାନ୍ଦର ପ୍ରଧାନମନ୍ତ୍ରୀ ପ୍ରୟୁତ ଜାନ-ଓ-ଚାଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ଥାଇଲାନ୍ଦ ଯାତ୍ରା କରିଛନ୍ତି । ଏହା ପ୍ର୍ରଧାନମନ୍ତ୍ରୀ ମୋଦୀଙ୍କ ସପ୍ତମ ଏସିଆନ-ଇନ୍ଦିଆନ୍‌ ସମ୍ମିଳନୀ ଏବଂ ଷଷ୍ଠ ଇଷ୍ଟ-ଏସିଆ ସମ୍ମିଳନୀ ଅଟେ । ଗତବର୍ଷ ଜାନୁଆରୀରେ ଭାରତରେ ଇନେ୍ଦା-ଏସିଆନ୍‌ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ୧୦ଟି ଏସିଆ ଦେଶର ନେତା ଯୋଗ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*