ପୁରିପଡ଼ା ହରିଜନ ସାହି ରାସ୍ତା ନିର୍ମାଣ ଦାବି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭଣ୍ଡାରିପୋଖରୀ

ଭନ୍ଦାରିପୋଖରୀ ବ୍ଲକର ନେରଡା ପଞ୍ଚାୟତ ପୁରିପଡା ହରିଜନ ସାହି ବିପର୍ଯ୍ୟସ୍ତ ରାସ୍ତାର ନିର୍ମାଣ ପାଇଁ ଦାବି ହୋଇଛି । ଶାଳଣିଆ ମାଇନର କେନାଲର ପୁରିପଡା ସାହୁସାହି ଛକ ଠାରୁ ମାତ୍ର ଦୁଇଶହ ମିଟର ସଙ୍କିର୍ଣ୍ଣ କେନାଲ ରାସ୍ତା ହରିଜନସାହି ରାସ୍ତା ଭାବେ ପରିଚିତ । ସ୍କୁଲପିଲା, ରୋଗୀମାନେ ଏହି ବିପର୍ଯ୍ୟସ୍ତ ରାସ୍ତାକୁ ବ୍ୟବହାର କରିଆସୁଛନ୍ତି । ପଞ୍ଚାୟତ କିମ୍ବା ଜଳସମ୍ପଦ ବିଭାଗ ଏହାର ସାମାନ୍ୟତମ ମରାମତି କରିବାକୁ ଇଚ୍ଛା ପ୍ରକାଶ ନକରିବା ଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ହତାଶ ଭାବ ସୃଷ୍ଟି ହୋଇଛି । ଥରକୁ ଥର ନିର୍ବାଚନ ସମୟରେ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରାଯାଉଥିବା କଥା ପ୍ରକାଶ କରିଛନ୍ତି ସାହିବାସୀ । ରାସ୍ତାକୁ ବ୍ୟବହାର କରୁଥିବା ଲୋକେ ଯାତାୟତ ଜନିତ ଯନ୍ତ୍ରଣା ଲାଘବ ପାଇଁ ଗୁହାରି କରି ବିଫଳ ହୋଇଛନ୍ତି । ଚଳିତ ବର୍ଷ ବର୍ଷାଦିନରେ ସବୁକଷ୍ଟ ବଳିପଡିଛି । ଛୋଟ ପିଲାମାନେ ସ୍କୁଲ ଯିବା ପାଇଁ ପାଣିକାଦୁଅରେ ପଶି ଯିବା ଆସିବା କରିବା ଦୁଃଖ ପ୍ରଶାସନ ବୁଝୁ ବୋଲି ସାହିବାସିନ୍ଦା ପ୍ରକାଶ କରିଛନ୍ତି । ତେବେ ବର୍ଷା କମିଗଲା ପରେ ରାସ୍ତା ମରାମତି କରାଯିବ ବୋଲି ମଞ୍ଜୁରୀରୋଡ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପରେଶ ଦାସ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*