ଡେଭିସ୍‌ କପ୍‌ : ଭାରତ ୨-୦ରେ ଆଗୁଆ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ନୁରସୁଲତାନ୍‌
ଅତ୍ୟନ୍ତ ଅଭିଜ୍ଞ ଦଳ ନେଇ ପାକିସ୍ତାନ ବିପକ୍ଷ ଡେଭିସ୍‌ କପ୍‌ ମ୍ୟାଚ୍‌ ଖେଳିବାକୁ ଯାଇଥିବା ଭାରତ ପ୍ରଥମ ଦିନ ୨ଟି ଯାକ ସିଙ୍ଗଲ୍ସ ମ୍ୟାଚ୍‌ ଜିତି ୨-୦ର ଦମଦାର ଲିଡ୍‌ ନେଇଛି । ଏବେ ଶନିବାର ଦିନ ଡବଲ୍ସ ଜିତିବା ଅର୍ଥ ଭାରତ ଏହି ଟାଇ ଜିତିଯିବ । ପ୍ରଥମ ଦିନ ଲଢ଼େଇରେ ଭାରତର ୨ ଜଣ ଯାକ ଖେଳାଳି ରାମ କୁମାର ଏବଂ ସୁମିତ କେବଳ ୨ଟି ଗେମ୍‌ ହାତଛଡ଼ା କରିଥିଲେ । ଯୁବା ପାକିସ୍ତାନୀ ଖେଳାଳିଙ୍କୁ ଟିକିଏ ବି ସୁଯୋଗ ଦେଇନଥିଲେ ସେମାନେ । ପ୍ରଥମ ସିଙ୍ଗଲ୍ସରେ ରାମ କୁମାର ରାମନାଥନ ୧୭ ବର୍ଷିୟ ସୋଏବଙ୍କ୍‌ ବିପକ୍ଷରେ ସମ୍ପୂର୍ଣ୍ଣ ପ୍ରଭାବ ବିସ୍ତାର କରି ଖେଳିଥିଲେ । ସୋଏବ ଆଦୌ ରାମକୁମାରଙ୍କ ସମକକ୍ଷ ହୋଇନଥିଲେ କୌଣସି ବି କଥାରେ । କେବଳ ୪୨ ମିନିଟର ସମୟ ନେଇ ସେ ମ୍ୟାଚ୍‌ ଜିତି ୧-୦ରେ ଦଳକୁ ଆଗେଇ ନେଇଥିଲେ ରାମ କୁମାର । ଦ୍ୱିତୀୟ ସିଙ୍ଗଲ୍ସ ଖେଳିବା ପାଇଁ ଆସିଥିଲେ ସୁମିତ ନାଗଲ । ସେ ନିଜ ପ୍ରଥମ ଡେଭିସ୍‌ କପ୍‌ ବିଜୟ ହାସଲ କରି ନେଇଥିଲେ ମାତ୍ର ୬୪ ମିନିଟର ସମୟ ନେଇ । ଅବଦୁଲ ରହମାନଙ୍କୁ ୬-୦, ୬-୨ରେ ପରାଜିତ କରିଥିଲେ । ଆମେମାନେ ଅତ୍ୟନ୍ତ ଆନନ୍ଦିତ ପ୍ରଥମ ଦିନ ୨-୦ର ଲିଡ୍‌ ପାଇବା ପରେ । ଶନିବାର ଦିନ ଜୀବନ ଏବଂ ପେସ୍‌ ଆଉ କିଛି ବିସ୍ଫୋରଣ ଘଟାଇବେ ବୋଲି ଆମ ପୂର୍ଣ୍ଣ ବିଶ୍ୱାସ ରହିଥିବା କହିଥିଲେ ରାମ କୁମାର । ବଡ଼ ଥନ୍ଦା ସତ୍ତ୍ୱେ କାଜାକସ୍ତାନର ରାଜଧାନୀରେ ରହୁଥିବା ବହୁ ଭାରତୀୟ ଏହି ଇନେ୍ଦାର ଷ୍ଟାଡ଼ିୟମରେ ମ୍ୟାଚ୍‌ ଦେଖିବା ଲାଗି ରୁନ୍ଦ ହୋଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*