ଚିତୋଳା କଲେଜ ପରିସରରେ ପୁଲିସ ବିଟ୍‌ ହାଉସ ଉଦଘାଟିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ଯାଜପୁର ଟାଉନ

ଯାଜପୁର ସହର ନିକଟସ୍ଥ ଚିତାଳୋ କଲେଜ ପରିସରରେ ସୋମବାର ଦିନ ପୁଲିସ ବିଟ୍ ହାଉସ ଉଦ୍ଘାଟିତ ହୋଇଯାଇଛି । ଏସପି ଚରଣ ସିଂ ମୀନା ମୁଖ୍ୟଅତିଥି ଭାବେ ଯୋଗଦେଇ ବିଟ୍ ହାଉସକୁ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉପଖନ୍ଦ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ଜେନା, ଥାନାଧିକାରୀ ଆଶିଷ କୁମାର ସାହୁ ଓ କଲେଜର ପ୍ରତିଷ୍ଠାତା ବଦ୍ରୀ ନାରାୟଣ ରାୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ଏସପି ଶ୍ରୀ ମୀନା ତାଙ୍କ ବକ୍ତବ୍ୟରେ ଚିତାଳୋ, ଅକରପଡା ଓ ରାହାସୋଇ ୩ଟି ପଞ୍ଚାୟତକୁ ନେଇ ଏହି ବିଟ୍ ହାଉସ ଗଠିତ ହୋଇଥିବା ବେଳେ ଏ ସବୁ ଅଞ୍ଚଳରେ ଅସାମାଜିକ ତତ୍ତ୍ୱଙ୍କୁ ସାବାଡ କରିବା ପାଇଁ ବିଟ୍ ହାଉସ ଯଥେଷ୍ଟ କାମରେ ଆସିବ ବୋଲି କହିବା ସହିତ ସ୍ଥାନୀୟ ଜନସାଧାରଣ ପୁଲିସ ସହିତ ଉପଯୁକ୍ତ ସମନ୍ୱୟ ରକ୍ଷା କରି ଅପରାଧ ନିରାକରଣରେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମକୁ ସବଇନସପେକ୍ଟର ମାନସ ରଞ୍ଜନ ଚକ୍ର, ସରପଞ୍ଚ ଦିଲ୍ଲୀପ କୁମାର ମହାନ୍ତି, ଆମ ପୁଲିସ ସମିତିର ସୁନିଲ ରାଉତରାୟ, ଦେବ ପ୍ରସାଦ ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*