କ୍ରିକେଟ ବୋର୍ଡ ନିର୍ବାଚନରୁ ବାଦ୍‌ ପଡିଲେ ୩ ରାଜ୍ୟସଂଘ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଏକବଡ଼ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମରେ ତିନୋଟି ପ୍ରମୁଖ ରାଜ୍ୟ କି୍ରକେଟ ସଂଘଙ୍କୁ ପ୍ରଶାସନିକ କମିଟି ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଭାରତୀୟ କି୍ରକେଟ ବୋର୍ଡର ଏଜିଏମ୍‌ ଓ ନିର୍ବାଚନରୁ ବାହାର କରିଦେଇଛି । ପ୍ରଶାସନିକ କମିଟି ଅତ୍ୟନ୍ତ ନିର୍ଣ୍ଣାୟକ ନିଷ୍ପତ୍ତି ନେଇ ତାମିଲନାଡୁ କି୍ରକେଟ ସଂଘ, ହରିଆନା କି୍ରକେଟ ସଂଘ ଏବଂ ମହାରାଷ୍ଟ୍ର କି୍ରକେଟ ସଂଘକୁ ୨୩ତାରିଖର ବିଶେଷ ବୈଠକରେ ଭାଗ ନେବାରୁ ବଞ୍ଚିତ କରାଯାଇଥିବା ବିଷୟ ବତାଇ ଦେଇଛି । ଏହି ତିନୋଟି ରାଜ୍ୟ କି୍ରକେଟ ସଂଘର ସମ୍ବିଧାନ କି୍ରକେଟ ବୋର୍ଡର ସମ୍ବିଧାନ ଅନୁଯାୟୀ ତିଆରି ହୋଇନଥିବାରୁ ସେମାନଙ୍କୁ ବାଦ୍‌ ଦିଆଗଲା ବୋଲି ଜଣାଇ ଦିଆଯାଇଛି । ନିୟମ ଅନୁସାରେ ପ୍ରତ୍ୟେକ ରାଜ୍ୟ ସଂଘକୁ କି୍ରକେଟ ବୋର୍ଡର ସମ୍ବିଧାନ ଅଧିନରେ ଥିବା ସମସ୍ତ ନିୟମର ପାଳନ କରାଯିବାର ନିଦେ୍ର୍ଦଶ ରହିଛି । ଏହି ତିନୋଟି ରାଜ୍ୟ ସଂଘକୁ ସମ୍ବିଧାନରେ ପରିବର୍ତ୍ତନ ପାଇଁ ପ୍ରଶାସନିକ କମିଟି ବତାଇଥିଲେ ମଧ୍ୟ ତାହାକୁ ସେମାନେ ପାଳନ କରିନଥିବାରୁ ଏଜିଏମରୁ ବାଦ୍‌ ପଡିବାର ଦିଆଯାଇଛି ନିଦେ୍ର୍ଦଶ । ତାମିଲନାଡୁ କି୍ରକେଟ ସଂଘ ଆର୍‌ ରାମସ୍ୱାମୀ, ହରିଆନା ମୃଣାଳ ଓଝା ଏବଂ ମହାରାଷ୍ଟ୍ର ରିୟାଜ ବାଗବାନଙ୍କୁ ଏଜିଏମ୍‌ରେ ଯୋଗ ଦେବା ସକାଶେ ମନୋନୀତ କରିଥିଲା । ଗୁରୁବାର ସନ୍ଧ୍ୟା ସୁଦ୍ଧା ଏଜିଏମ୍‌ରେ ଭାଗ ନେବାକୁ ଥିବା ସମସ୍ତଙ୍କ ନାମ କି୍ରକେଟ ବୋର୍ଡ ପକ୍ଷରୁ ଘୋଷଣା କରାଯିବାର ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*