ଓଡ଼ିଶା ଶୀତଳ ଭଣ୍ଡାର ସଂଘର ଆନ୍ଦୋଳନ ଜାରି ମୁଖ୍ୟମନ୍ତ୍ରୀଙ୍କୁ ୧୩ ଦଫା ଦାବିପତ୍ର ପ୍ରଦାନ କଲେ ପ୍ରତିନିଧିଦଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଓଡ଼ିଶା ଶୀତଳ ଭଣ୍ଡାର ସଂଘ ପକ୍ଷରୁ ବିଧାନ ସମ୍ମୁଖରେ ଆନ୍ଦୋଳନ ଚାଲୁ ରହିଛି । ସରକାର ଶୀତଳ ଭଣ୍ଡାର ଗୁଡ଼ିକର ୧୩ ଦଫା ଦାବି ସମସ୍ୟାର ସମାଧାନ ନକଲେ ଶୀତଳ ଭଣ୍ଡାର ଗୁଡ଼ିକ ଲୋକଙ୍କଠୁ ଫେରାଇ ନିଅନ୍ତୁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଆଜି ସଂଘ ତରଫରୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ କୃଷି ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ପୁରୁଣା ଓ ନୂତନ ଶୀତଳ ଭଣ୍ଡାର ପାଇଁ ସରକାରଙ୍କ ତରଫରୁ ଆବଶ୍ୟକୀୟ ଅର୍ଥ ଅନୁଦାନ ଦେବା, କୃଷକ ଓ ବ୍ୟବସାୟୀମାନଙ୍କୁ ଦେଇଥିବା ୱେୟାର ହାଉସ୍ ରିସିପ୍ଟ ବନ୍ଦ ଦ୍ୱାରା ଋଣ ପ୍ରଦାନ କରିବା, ବିନା ସର୍ତ୍ତରେ ଶୀତଳ ଭନ୍ଦାର ଗୁଡ଼ିକରୁ ବିଦୁ୍ୟତ୍ ଶୁଳ୍କ ପଚାଶ ପ୍ରତିଶତ ହ୍ରାସ କରିବା, କୃଷକ ଓ ବ୍ୟବସାୟୀଙ୍କୁ ଜଙ୍ଗଲ ଜାତ ପଦାର୍ଥ ଗଚ୍ଛିତ ରଖିବା ପାଇଁ ରିହାତି ଭଡ଼ା ପ୍ରଦାନ କରିବା, କୃଷିଜାତ ଓ ଜଙ୍ଗଲଜାତ ପଦାର୍ଥଗୁଡ଼ିକୁ ଶୀତଳ ଭନ୍ଦାର ପୂର୍ଣ୍ଣ କ୍ଷମତା ପର୍ଯ୍ୟନ୍ତ ରଖିବାର ସରକାର ଦାୟିତ୍ୱ ବହନ କରିବା, ମହୁଆ ଫୁଲ ସଂରକ୍ଷଣ ଓ ବ୍ୟବସାୟ ପାଇଁ ଅବକାରୀ ଶୁଳ୍କ ଓ ଲାଇସେନ୍ସ ଶୁଳ୍କ ଛାଡ଼ କରିବା, ମଞ୍ଜି ଉତ୍ପାଦନ ଓ ବଣ୍ଟନ ଦାୟିତ୍ୱ ଶୀତଳ ଭଣ୍ଡାରକୁ ପ୍ରଦାନ କରିବା, ଶୀତଳ ଭଣ୍ଡାର ଜରିଆରେ କୃଷକମାନଙ୍କୁ ନେଇ ବିଭିନ୍ନ ଦଳ ଗଠନ କରିବା ଓ ଆଳୁ ଉତ୍ପାଦନ ଉପରେ ଗବେଷଣା କରିବା, ବୈଷୟିକ ଜ୍ଞାନ ଥିବା କୁଶଳୀ ବ୍ୟକ୍ତିଙ୍କୁ ଶୀତଳ ଭଣ୍ଡାରର ଚଳାଇବା ଦାୟିତ୍ୱ ଦେବା ଏବଂ ଶୀତଳ ଭଣ୍ଡାର ଗୁଡ଼ିକୁ ବ୍ୟାଙ୍କ ନିଲାମ ନକରିବା ବୋଲି ପ୍ରମୁଖ ଦାବି ଉଲ୍ଲେଖ କରାଯାଇଛି । ଏହି ଆନ୍ଦୋଳନରେ ସଂଘର ସଭାପତି ଶ୍ୟାମ ପାନ୍ସାରୀ, ସମ୍ପାଦକ ଜନାର୍ଦ୍ଦନ ସାହୁଙ୍କ ସମେତ ଶତାଧିକ ଶୀତଳ ଭଣ୍ଡାର କର୍ମଚାରୀ ସାମିଲ୍ ହୋଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*