ଏନକାଉଣ୍ଟର : ୩ ଜୈଶ ଆତଙ୍କୀ ନିହତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଶ୍ରୀନଗର
ରବିବାର ଜାମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କୀ ସହ ଏନକାଉଣ୍ଟରବେଳେ ପୁଣିଥରେ ଦେଶ ପାଇଁ ପ୍ରାଣବଳୀ ଦେଇଛନ୍ତି ଜଣେ ଡିଏସପି ଏବଂ ଜଣେ ସେନା ଯବାନ । ହେଲେ ଏହି ଏନକାଉଣ୍ଟରବେଳେ ୩ ଜଣ ଜୈଶ-ଏ-ମହମ୍ମଦ ଆତଙ୍କୀଙ୍କୁ ନିପାତ କରିଛି ସେନା ।
ଦକ୍ଷିଣ କାଶ୍ମୀରର ତୁରିଗମ ଅଞ୍ଚଳରେ ଉକ୍ତ ଏନକାଉଣ୍ଟର ହୋଇଥିଲା । ଉକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଗୋଷ୍ଠୀ ଲୁଚି ରହିଥିବାର ସୂଚନା ପାଇ ପୁଲିସ୍‌ ଏବଂ ସେନାର ମିଳିତ ବାହିନୀ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ହେଲେ ଉକ୍ତ ଅଞ୍ଚଳରେ ପ୍ରବେଶ କରିବାର କିଛି ସମୟ ମଧ୍ୟରେ ହିଁ ଆତଙ୍କୀମାନେ ସେମାନଙ୍କ ଉପରକୁ ଗୁଳିବର୍ଷଣ କରିଥିଲେ । ଏହି ଘଟଣାରେ ଡିଏସପି ଅମନ୍‌ ଠାକୁରଙ୍କ ଗଳାରେ ଗୁଳି ବାଜିଥିଲା । ତାଙ୍କୁ ସେନା ହସପିଟାଲକୁ ହେଲିକପ୍ଟରରେ ନିଆଯାଉଥିଲା ବେଳେ ବାଟରେ ସେ ପ୍ରାଣ ହରାଇଥିଲେ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି । ଏନକାଉଣ୍ଟରବେଳେ ଜଣେ ସେନା ମେଜର ଏବଂ ଦୁଇ ସୈନିକ ମଧ୍ୟ ଆହତ ହୋଇଥିଲେ । ପରେ ହାବିଲଦାର ସୋମବୀର ଚିକିତ୍ସାବେଳେ ପ୍ରାଣ ହରାଇଥିଲେ । ଆହତ ମେଜର ଏବଂ ଅନ୍ୟ ଜଣେ ଯବାନ ବର୍ତ୍ତମାନ ବିପଦମୁକ୍ତ ଥିବା ଜଣାପଡିଛି । ଅପରପକ୍ଷରେ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ୨ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ସୁଦ୍ଧା ମିଳିନାହିଁ । ୨୦୧୧ ବ୍ୟାଚ୍‌ ଜାମ୍ମୁ-କାଶ୍ମୀର ପୁଲିସ ସର୍ଭିିସ୍‌ ଅଫିସର ଆତଙ୍କୀ ବିରୋଧରେ ଉକ୍ତ ଅଭିଯାନର ନେତୃତ୍ୱ ନେଇଥିଲେ । କାଶ୍ମୀର ଡିଜିପି ଦିଲବାଗ ସିଂହ କହିଛନ୍ତି, ଏହା ଏକ ଦୁର୍ଭାଗ୍ୟଜନକ ଘଟଣା, ଯେଉଁଥିରେ ଆମେ ଜଣେ ସାହସୀ ଅଧିକାରୀଙ୍କୁ ହରାଇଲୁ । ସେ ଜଣେ ଯୋଦ୍ଧା ଥିଲେ ଏବଂ ସେ ନିଜେ ରବିବାର ଅଭିଯାନର ନେତୃତ୍ୱ ନେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*