ଅଧୁରା ରହିଗଲା ରାଷ୍ଟ୍ରପତି ପଦକ, କରୋନା ଯୁଦ୍ଧରେ ହାରିଗଲେ ଖଣ୍ଡଗିରି ଥାନାର ଏଏସଆଇ ଶିଶିର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜ୍ୟରେ ଅଣାୟତ୍ତ ସ୍ଥିତି ଦେଇ ଗତି କରୁଛି ମହାମାରୀ କରୋନା । ଏହାକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ତାହା କମିବାର ନାଁ ଧରୁନାହିଁ । ଏହି ଭଳି ଘଡିସନ୍ଧି ସମୟରେ ସମସ୍ତେ ଗତି କରୁଥିବା ସମୟରେ ମହାମାରୀ କରୋନା ନେଇଗଲା ଜଣେ ପୁଲିସ ଅଫିସରଙ୍କ ଜୀବନ । କରୋନା ସମୟରେ ଶହ ଶହ ଲୋକଙ୍କ ଜୀବନ ବଞ୍ଚାଇଥିବା କରୋନା ଯୋଦ୍ଧା ଖନ୍ଦଗିରି ଥାନାର ଏଏସ୍‌ଆଇ ଶିଶିର କୁମାର ସେଠୀ । ସ୍ୱର୍ଗତ ସେଠୀଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ସ୍ତବ୍ଦ ହୋଇଯାଇଛି କମିଶନରେଟ୍‌ ପୁଲିସ । ଶିଶିର ସେଠୀଙ୍କ ଭଳି ଜଣେ ଦକ୍ଷ ଓ ସର୍ଚ୍ଚୋଟ ପୁଲିସ ଅଫିସରଙ୍କୁ ହରାଇ ଝୁରୁଛି କମିଶନରେଟ୍‌ ପୁଲିସ । ଜଣେ ଦକ୍ଷ ଅଫିସର ଭାବେ ଓ ସାହସିକତା ସହ ଅପରାଧୀଙ୍କୁ ଧରିବା ଓ ବିଭାଗ ପାଇଁ ସେ ନିଜ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ଜଣାଶୁଣା ରହିଥିବା ନେଇ ତାଙ୍କ ନାମ ରାଷ୍ଟପତି ପଦକ ପାଇଁ ତାଙ୍କ ନାମ ମଧ୍ୟ ସୁପାରିଶ ହୋଇଥିଲା । ସୂଚନାଯୋଗ୍ୟଯେ, ରାଜ୍ୟରେ ଦିନକୁଦିନ ଅଣାୟତ ହେବାରେ ଲାଗିଛି ମହାମାରୀ କରୋନା । କରୋନା ସହ ଲଢ଼େଇ କରି ଲୋକଙ୍କୁ ସୁରକ୍ଷା ଯୋଗାଉଥିବା କମିଶନରେଟ୍‌ ପୁଲିସର ଜଣେ ଦକ୍ଷ ଅଫିସର ଶିଶିର କୁମାର ସେଠୀ । ସେ କରୋନା ସହ ଲଢ଼େଇ କରୁଥିବାବେଳେ ତାଙ୍କର ଜୀବନ ଚାଲିଯାଇଛି । ମୃତ ଶିଶିର ହେଲେ ଖନ୍ଦଗିରି ଥାନାର ଜଣେ କାର୍ଯ୍ୟରତ ଏଏସଆଇ । ସେ କିଛିଦିନ ହେଲା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତୁ୍ୟରେ ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ, ଡିସିପି ଉମାଶଙ୍କର ଦାସଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଗଭୀର ସମଦେନା ଜଣାଇଛନ୍ତି । ଶ୍ରୀ ସେଠୀ ଜଣେ ଭଲ ଅଫିସର ଥିଲେ । ସଦାସର୍ବଦା ନିଜ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବେଶ୍ ଜଣାଶୁଣା ଥିଲେ । କାର୍ଯ୍ୟ କରିବା ସମୟରେ ସେ ନିଜ ଜୀବନକୁ ଉତ୍ସର୍ଗ କରୁଥିଲେ । ଯାହାଫଳରେ ତାଙ୍କୁ ରାଷ୍ଟପତି ପଦକ ନିମନ୍ତେ ମନୋନିତ କରାଯାଇଥିଲା । ହେଲେ ତାଙ୍କ ପଦକ ଅଧୁରା ରହିଯାଇଛି । କରୋନା ଯୁଦ୍ଧରେ ଶ୍ରୀ ସେଠୀ ଜୀବନ ହାରିବା ପରେ କମିଶନରେଟ ପୁଲିସରେ କାର୍ଯ୍ୟରତ କର୍ମଚାରୀମାନେ ଅଜଣା ଆତଙ୍କରେ ଭୟଭୀତ ହୋଇପଡିଛନ୍ତି । କମିଶନରେଟ ପୁଲିସରେ କାର୍ଯ୍ୟରତ ଅତିରିକ୍ତ ଡିସିପି, ୩ ଏସିପି, ଇନ୍ସ ପେକ୍ଟରଙ୍କ ସମେତ ପ୍ରାୟ ୬୦ ଭାଗ କର୍ମଚାରୀ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏପରକି ଖାରବେଳନଗର ଥାନାର ପ୍ରାୟ ସମସ୍ତ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଥାନା ଅଚଳ ହୋଇପଡିବାରୁ କ୍ୟାପିଟାଲ ଥାନାରୁ ଦୁଇ ଅଧିକାରୀଙ୍କୁ ଡେପୁଟେସନରେ ଅଣାଯାଇଛି । ଜଣେ ସବଇନ୍ସପେକ୍ଟର ଓ ଜଣେ ଏଏସଆଇ ଡେପୁଟେସନରେ ଆସି ଥାନା ଚଳାଉଛନ୍ତି । କେବଳ ଖାରବେଳନଗର ଥାନା ନୁହେଁ ଭୁବନେଶ୍ୱରର ପ୍ରାୟ ସମସ୍ତ ଥାନାର ୭୦ ଭାଗ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଫଳରେ ଅନ୍ୟ କର୍ମଚାରୀମାନେ ଚିନ୍ତା ପ୍ରକଟ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*