ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ଉପରକୁ ଉପରେ ଚଢିଗଲେ ଯୁବକ । ଜଣେ ଯୁବକ ଶ୍ରୀମନ୍ଦିରର ଆଁଳାବେଢ଼ା ପର୍ଯ୍ୟନ୍ତ ଚଢ଼ିଯାଇଥିଲେ ଏବଂ ଦୀର୍ଘ ସମୟ ଧରି ମନ୍ଦିରର ବିଭିନ୍ନ ଅଂଶରେ ବୁଲାବୁଲି କରିଥିଲେ।

ଯୁବକ ଜଣକ ମନ୍ଦିର ଉପରକୁ ଚଢ଼ିବା ପରେ ପୋଲିସ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲା। ଦୀର୍ଘ ସମୟ ଧରି ହାଇଡ୍ରାମା ଚାଲିବା ପରେ ପୋଲିସ କୌଶଳକ୍ରମେ ଯୁବକଙ୍କୁ ତଳକୁ ଓହ୍ଲାଇ ଆଣିବାରେ ସଫଳ ହୋଇଥିଲା। ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବାବେଳେ ପୋଲିସ ତାଙ୍କୁ ଆଟକ ରଖି ଅଧିକ ପଚରାଉଚରା କରୁଛି।

ଅନ୍ୟପଟେ ଶ୍ରୀମନ୍ଦିରର କଡ଼ା ସୁରକ୍ଷା ବଳୟକୁ ଭେଦି ଯୁବକ ଜଣକ କିପରି ଏତେ ଉଚ୍ଚକୁ ଯାଇ ପାରିଲେ, ସେ ନେଇ ଏବେ ଗମ୍ଭୀର ପ୍ରଶ୍ନ ଉଠିଛି।

 

Leave a Reply

Your email address will not be published. Required fields are marked *