ଭିଜିଲାନ୍ସ ଜାଲରେ କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କେନ୍ଦୁଝର କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୭ଟି ସ୍ଥାନରେ ରେଡ୍ କରିଛି  ଭିଜିଲାନ୍ସ ।

ଭୁବନେଶ୍ୱର, କେନ୍ଦୁଝର, ଯାଜପୁର ସମେତ ୭ଟି ସ୍ଥାନରେ ରେଡ୍ ଜାରି ରଖିଛି ଭିଜିଲାନ୍ସ । କେନ୍ଦୁଝରରେ ଥିବା ଅଫିସ୍ ଓ ଭବାନୀପାଟଣା ହିଲ୍ ଟାଉନ୍ ରେ ଭଡ଼ାଘର, କେନ୍ଦୁଝର ଜିଲ୍ଲା ଜଗନ୍ନାଥପୁରରେ ଅବସ୍ଥିତ ଦୁଇ ମହଲା କୋଠା,ଭୁବନେଶ୍ୱରର କରୋଡକଣ୍ଟାରେ ଅବସ୍ଥିତ ପ୍ଲଟ୍ ନମ୍ବର ୨୨୨/୧୨୦୯ ଉପରେ ଥିବା ଚାରି ମହଲା କୋଠା, କେନ୍ଦୁଝର ଘସିପୁରା ତହସିଲର ମଦନପୁରରେ ଅବସ୍ଥିତ ପ୍ଲଟ୍ ନମ୍ବର ୨୮୨୭/୪୨୩୦ ଉପରେ ଫାର୍ମ ହାଉସ୍, ଯାଜପୁରର ଜମାଦେଇପୁର ଶାସନରେ ଥିବା ପୈତୃକ ଘରେ ଏକକ ମହଲା କୋଠା ଓ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ବଳରାମପୁରରେ ଥିବା ସଂପର୍କୀୟଙ୍କ ଘରେ ଚଢ଼ଉ ଚାଲିଛି। ଜୁନିଅର୍ ଖଣି ଅଧିକାରୀଙ୍କ କେତେ ସମ୍ପତ୍ତି ଅଛି ତାହାର ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ଭିଜିଲାନ୍ସ ଟିମ ତଦନ୍ତ ଜାରି କରିଛନ୍ତି ।

ଏହି ଚଢ଼ାଉରେ ୭ ଜଣ ଡିଏସପି , ୫ ଜଣ ଇନିସପେକ୍ଟର, ୮ ଜଣ ଏଏସଆଇଙ୍କ ସମେତ ଅନ୍ୟାନ୍ୟ ସହାୟକ କର୍ମଚାରୀ ଅଛନ୍ତି ।

Leave a Reply

Your email address will not be published. Required fields are marked *