ୟୁପିଆଇ ଆରମ୍ଭ ହେବା ପରେ ଦେଶର ଡିଜିଟାଲ ପେମେଣ୍ଟ ସିଷ୍ଟମରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଛି । ଆଜିର ଦିନରେ ଛୋଟ ବିକ୍ରେତା ଠାରୁ ଆରମ୍ଭ କରି ବଡ ଇ-କମର୍ସ କମ୍ପାନୀଗୁଡିକ ୟୁପିଆଇ ନେଟୱାର୍କ ସହିତ ସଂଯୁକ୍ତ । ପ୍ରତିବର୍ଷ ୟୁପିଆଇ ମାଧ୍ୟମରେ କାରବାର ଏକ ନୂତନ ରେକର୍ଡ ସୃଷ୍ଟି କରୁଛି । ଏବେ ଭାରତର ଏହି ୟୁପିଆଇ ସାରା ବିଶ୍ବରେ ଚହଳ ପକାଇଛି। ସିଙ୍ଗାପୁର, ୟୁଏଇ, ନେପାଳ, ଭୁଟାନ ଓ ଫ୍ରାନ୍ସରେ ମଧ୍ୟ ୟୁପିଆଇ ସେବା ଆରମ୍ଭ ହୋଇସାରିଛି। ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦୀ ଭିଡିଏ କନଫରେନ୍ସିଂ ମାଧ୍ୟମରେ ଶ୍ରୀଲଙ୍କା ଓ ମରିସସରେ ୟୁପିଆଇ ସେବାର ଶୁଭାରମ୍ଭ କରିଛନ୍ତି। ଏ ଅବସରରେ ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଗେ ଏବଂ ମରିସରରେ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜୁଗନାଥ ଉପସ୍ଥିତ ଥିଲେ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *