ଦୀର୍ଘ ବର୍ଷ ପରେ ବ୍ରିଟେନରେ ବଦଳି ଯାଇଛି ସତ୍ତା। ନୂଆ ଇତିହାସ ରଚିଛି ଲେବର୍ ପାର୍ଟି। ଗତକାଲି ବ୍ରିଟେନରେ ହୋଇଥିବା ସାଧାରଣ ନିର୍ବାଚନରେ କୋଟି କୋଟି ଜନତା ମତାଧିକାର ସାବ୍ୟସ୍ତ କରିଛନ୍ତି। ବ୍ରିଟେନରେ ହୋଇଥିବା ସାଧାରଣ ନିର୍ବାଚନରେ କେର୍‍ ଷ୍ଟାର୍ମରଙ୍କ ଲେବର ପାର୍ଟି ବାଜି ମାରିଥିବା ବେଳେ ହାରିଛି ଋଷି ସୁନକଙ୍କ କଞ୍ଜରଭେଟିଭ୍ ପାର୍ଟି। ଋଷି ସୁନକଙ୍କ କଞ୍ଜରଭେଟିଭ୍ ପାର୍ଟିର ୧୪ ବର୍ଷ ଶାସନର ଅନ୍ତ ଘଟିଛି । ଚଳିତବର୍ଷ ବ୍ରିଟେନ୍ ନିର୍ବାଚନରେ କେର୍ ଷ୍ଟାରମରଙ୍କ ଲେବର ପାର୍ଟିକୁ ବହୁମତ ମିଳିଛି। ୬୫୦ ବିଶିଷ୍ଟ ଆସନରେ ଲେବର ପାର୍ଟିକୁ ୩୫୮ଆସନ ମିଳିଥିବା ବେଳେ ଋଷି ସୁନକଙ୍କ କଞ୍ଜରଭେଟିଭ ପାର୍ଟିକୁ ମାତ୍ର ୮୧ଆସନ ମିଳିଛି । ନିର୍ବାଚନରେ ପରାଜୟ ପରେ କେର୍ ଷ୍ଟାରମରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରୁଷି ସୁନକ।

Leave a Reply

Your email address will not be published. Required fields are marked *